fbpx

ମାତ୍ର ୩୫ ଟଙ୍କାରେ ମିଳୁଛି ୨ GB ଡାଟା: ଲଞ୍ଚ ହେଲା ସବୁଠାରୁ ଶସ୍ତା ପ୍ଲାନ

ନୂଆଦିଲ୍ଲୀ: ଆଜିର ସମୟରେ ଇଣ୍ଟରନେଟ ମଣିଷର ଦୈନନ୍ଦିନ ଜୀବନରେ ବହୁତ ଜରୁରୀ ହୋଇ ପଡ଼ିଛି । ତେଣୁ ଗ୍ରାହକଙ୍କ ରୁଚିକୁ ଦୃଷ୍ଟିରେ ରଖି ଟେଲିକମ କମ୍ପାନୀମାନେ ମଧ୍ୟ ନିୟମିତ ବ୍ୟବଧାନରେ ଶସ୍ତା ପ୍ଲାନ ଲଞ୍ଚ କରୁଛନ୍ତି । ତେବେ ଏହା ମଧ୍ୟରେ ବଜାରକୁ ଏକ ବଢ଼ିଆ ପ୍ଲାନ ଆସିଛି । ଏହି ପ୍ଲାନରେ ଗ୍ରାହକଙ୍କୁ ଅନେକ ବେନିଫିଟ୍ ମିଳୁଛି । ମାତ୍ର ୩୫ ଟଙ୍କା ରିଚାର୍ଜ କରି ଗ୍ରାହକଙ୍କୁ ୨ ଜିବିର ଡାଟା ମିଳୁଛି ।

ସୂଚନା ମୁତାବକ, ଟେଲିକମ କମ୍ପାନୀ ଏୟାରଟେଲ ଏହି ଶସ୍ତା ପ୍ଲାନ ଲଞ୍ଚ କରିଛି । ଏହା ଏକ କମ୍ ମୂଲ୍ୟ ଯୁକ୍ତ ଡାଟା ଭାଉଚର ହୋଇଥିବା ବେଳେ କମ୍ପାନୀ ଏହାକୁ ପ୍ରିପେଡ ଗ୍ରାହକଙ୍କ ସହିତ ଯୋଡ଼ିଛି । ବର୍ତ୍ତମାନ ଏହି ପ୍ଲାନ କମ୍ପାନୀର ୱେବସାଇଟରେ ଦେଖାଯାଉନାହିଁ, ମାତ୍ର ଆପଣମାନେ ଏୟାରଟେଲ ମୋବାଇଲ ଆପକୁ ଯାଇ ଏହାକୁ ଦେଖିପାରିବେ । ଏହି ପ୍ଲାନରେ ଗ୍ରାହକଙ୍କୁ ୨ ଦିନ ପାଇଁ ଭାଲିଡିଟି ମିଳିବ ।

ଏଥିସହିତ ୨ ଜିବିର ଡାଟା ମିଳିବ । ଅର୍ଥାତ ଆପଣମାନେ ଗୋଟିଏ ଦିନରେ ୧ ଜିବିର ଡାଟା ବ୍ୟବହାର ପାଇଁ ୧୭.୫ ଟଙ୍କା ପ୍ରଦାନ କରିବେ । ଏଥିରେ ୟୁଜର୍ସଙ୍କୁ କଲିଂ ଓ ଏସଏମଏସର ସୁବିଧା ମିଳିବ ନାହିଁ । କମ୍ପାନୀ ଅନ୍ୟ ଡାଟା ରିଚାର୍ଜ ମଧ୍ୟ ଅଫର କରୁଛି, ଯାହାକି ୧୯ ଟଙ୍କାରୁ ଆରମ୍ଭ ହେଉଛି । ସେଥିରେ ଗ୍ରାହକଙ୍କୁ ୧ ଜିବିର ଡାଟା ମିଳିବ । ୩୫ ଟଙ୍କିଆ ପ୍ଲାନ ଅପେକ୍ଷା ଏହା ସାମାନ୍ୟ ଶସ୍ତା ଅଟେ । ସେହିପରି ଆପଣମାନେ ୫୮ ଟଙ୍କାର ରିଚାର୍ଜ କରି ୩ ଜିବିର ଡାଟା ପାଇପାରିବେ । ଏହାଛଡ଼ା କମ୍ପାନୀ ଏକ ୬୫ ଟଙ୍କିଆ ପ୍ଲାନକୁ ସାମିଲ କରିଛି, ଯେଉଁଥିରେ କି ୪ ଜିବିର ଡାଟା ମିଳୁଛି । ୫ ଜିବିର ଡାଟା ପାଇବାକୁ ହେଲେ ୯୮ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ଏହି ପ୍ଲାନରେ କୌଣସି ଭାଲିଡିଟି ମଳିବ ନାହିଁ ।

Get real time updates directly on you device, subscribe now.