fbpx

ସମୁଦ୍ରରେ ବୁଡିଯାଇଥିଲେ ୨ ଛାତ୍ରୀ, ପୂର୍ବରୁ ଜଣେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଏବେ ମିଳିଲା ଅନ୍ୟ ଜଣଙ୍କ ମୃତଦେହ

Advertisement

ଗଞ୍ଜାମ: ଗଞ୍ଜାମ ଛତ୍ରପୁର ଆର୍ଯ୍ୟପଲ୍ଲୀରେ ଆଜି ସକାଳେ ଘଟିଛି ଏହିି ଅଘଟଣ । ସମୁଦ୍ରରେ ବୁଡି ଜଣେ ଛାତ୍ରୀ ନିଖୋଜ ହୋଇଥିବା ବେଳେ ଅନ୍ୟଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଛାତ୍ରୀ ହେଲେ କନିଷିର ସ୍ୱପ୍ନା ରାଣୀ ପଣ୍ଡିତ ଏବଂ ନିଖୋଜ ଛାତ୍ରୀ ହେଲେ ପ୍ରଜ୍ଞାରାଣୀ ତ୍ରିପାଠୀ । ଏହି ଦୁଇ ଛାତ୍ରୀ ଯାତ୍ରା ଦେଖିବା ଲାଗି ନିଜ ମାମୁଁ ଘରକୁ ଆସିଥିଲେ । ଆଜି ସକାଳ ୭ ଟାରେ ଏହି ଦୁଇ ଛାତ୍ରୀ ଅନ୍ୟ ୩ ଜଣ ସାଙ୍ଗଙ୍କ ସହ ମିଶି ସମୁଦ୍ରକୁ ଗାଧୋଇବା ଲାଗି ଯାଇଥିଲେ । ସେଠାରେ ଗାଧୋଇବା ବେଳେ ଅସାବଧାନତା ହେତୁ ପାଣିରେ ଭାସି ଯାଇଥିଲେ ।

ସେମାନଙ୍କ ମଧ୍ୟରୁ ୩ ଜଣ ସୁରକ୍ଷିତ ଉଦ୍ଧାର ହୋଇଥିବା ବେଳେ ଜଣେ ମୃତ ଓ ଜଣେ ଏବେ ନିଖୋଜ ଅଛନ୍ତି । ଖବର ପାଇ ଗ୍ରାମବାସୀ ଓ ଓଡ୍ରାଫ ଟିମ୍ ଜରିଆରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । କିନ୍ତୁ ବହୁ ସମୟର ପ୍ରୟାସ ପରେ ଓଡ୍ରାଫ ଟିମ୍ ଦ୍ୱାରା ଉଦ୍ଧାର କାର୍ଯ୍ୟ ସଫଳ ହୋଇ ନ ପାରିବାରୁ ଛାତ୍ରୀଙ୍କ ଉଦ୍ଧାର ଲାଗି ଏୟାରକ୍ରାଫ୍ଟକୁ ନିୟୋଜିତ କରାଯାଇଛି ଏବଂ ଏବେ ହେଲିକପ୍ଟର ପହଞ୍ଚି ରାଡାର ଜରିଆରେ ଖୋଜିବା ଆରମ୍ଭ କରିଛି । ଶେଷରେ ନିଖୋଜ ଛାତ୍ରୀଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି ।

Get real time updates directly on you device, subscribe now.