fbpx

ସକାଳୁ ସକାଳୁ ଆସିକାରେ ମର୍ମନ୍ତୁଦ ଦୁର୍ଘଟଣା: କାର୍ ମାଡ଼ିଯିବାରୁ ଚାଲିଗଲା ୨ କାଉଡ଼ିଆଙ୍କ ଜୀବନ

ଆସିକା: ଶ୍ରାବଣ ମାସ ସୋମବାରରେ ଆଜି ଶିବଙ୍କ ଉପରେ ପାଣି ଢ଼ାଳିବାକୁ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି ଶ୍ରଦ୍ଧାଳୁ କାଉଡ଼ିଆ । ଆସିକାରୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟଣା ସାମ୍ନାକୁ ଆସିଛି । କାର୍ ମାଡ଼ିଯିବାରୁ ୨ କାଉଡ଼ିଆଙ୍କର ମୃତ୍ୟୁ ହୋଇଛି । ଏହା ସହ ଏହି ଘଟଣାରେ ୧୧ ଜଣ ଆହତ ହୋଇଛନ୍ତି ।

ସୂଚନା ମୁତାବକ, ଆସିବାର ଭେଟନଈ-ଭେଜିପୁଟ ରାସ୍ତାରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ଘଟଣାସ୍ଥଳରେ ଜଣେ କାଉଡ଼ିଆଙ୍କର ମୃତ୍ୟୁ ହୋଇଥିବା ବେଳେ ମେଡିକାଲରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହ ୧୧ ଜଣଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଛି । ଆସିକାରୁ ଅରଖପୁର ତାଡ଼କେଶ୍ୱର ମନ୍ଦିର ଯିବାବେଳେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ପୋଲଇସ ପହଞ୍ଚି ତନାଘନା ଜାରି ରଖିଛି ।

Get real time updates directly on you device, subscribe now.