ହାଇକୋର୍ଟରେ ଶପଥ ନେଲେ ୨ ନୂଆ ବିଚାରପତି : ମୁଖ୍ୟ ବିଚାରପତି କରାଇଲେ ଶପଥ ଗ୍ରହଣ

କଟକ : ହାଇକୋର୍ଟରେ ଶପଥ ଗ୍ରହଣ ୨ ନୂଆ ବିଚାରପତି । ଏହି ଦୁଇ ଜଣଙ୍କୁ ଶପଥ ପାଠ କରିଛନ୍ତି, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର । ହାଇକୋର୍ଟର ପୁରୁଣା ବିଲ୍ଡିଂର ନୂତନ ସମ୍ମିଳନୀ କକ୍ଷରେ ଶପଥ ଗ୍ରହଣ ଉତ୍ସବ ଆୟୋଜନ କରାଯାଇଥିଲା । ନୂତନ ଦୁଇ ବିଚାରପତି ମିଶିବା ପରେ ହାଇକୋର୍ଟର ଓକିଲଙ୍କ ସଂଖ୍ୟା ୨୨କୁ ସ୍ଥାନାନ୍ତରିତ ହୋଇଛି ।

ସୂଚନା ଅନୁଯାୟୀ, ଆଜି ଜଷ୍ଟିସ ଶିବ ଶଙ୍କର ମିଶ୍ର ଏବଂ ଜଷ୍ଟିସ ଆନନ୍ଦ ଚନ୍ଦ୍ର ବେହେରା ଦୁହେଁ ନୂତନ ବିଚାରପତି ଭାବେ ହାଇକୋର୍ଟରେ ଶପଥ ଗ୍ରହଣ କରିଛନ୍ତି । ଏହି ଶପଥ ଗ୍ରହଣ ସମ୍ମିଳନୀଟି ହାଇକୋର୍ଟର ପୁରୁଣା ବିଲ୍ଡିଂର ନୂତନ ସମ୍ମିଳନୀ କକ୍ଷରେ ଆୟୋଜନ କରାଯାଇଥିଲା । ବର୍ତ୍ତମାନ ହାଇକୋର୍ଟର ବିଚାରପତିଙ୍କ ସଂଖ୍ୟା ୨୨ରେ ପହଞ୍ଚିଯାଇଛି । ଏହି ଦୁଇ ଜଣଙ୍କୁ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର ଶପଥ ପାଠ ଗ୍ରହଣ କରାଇଛନ୍ତି ।

ଏହି ଶପଥ ଗ୍ରହଣ ଉତ୍ସବରେ ହାଇକୋର୍ଟର ସମସ୍ତ ବିଚାରପତି, ପୂର୍ବତନ ବିଚାରପତି, ବହୁ ବରିଷ୍ଠ ଆଇନଜୀବୀ, ହାଇକୋର୍ଟ ବାର ଆସୋସିଏସନର କର୍ମକର୍ତ୍ତା ସମେତ ସମସ୍ତ ଅଧିକାରୀ ଓ କର୍ମଚାରୀ ଯୋଗ ଦେଇଥିଲେ ।