fbpx

ଦକ୍ଷିଣ ଆଫ୍ରିକାରୁ ଆସିଥିବା ୨ ବ୍ୟକ୍ତି କରୋନା ପଜିଟିଭ୍, ବଢ଼ିଲା ନୂଆ ଭାରିଆଣ୍ଟର ବିପଦ

କର୍ଣ୍ଣାଟକ: କରୋନାର ନୂଆ ଭାରିଆଣ୍ଟ ‘ଓମିକ୍ରୋନ’ ବିଶ୍ୱରେ ହଇଚଇ ସୃଷ୍ଟି କରିଛି । ଏହାରି ମଧ୍ୟରେ ଦକ୍ଷିଣ ଆଫ୍ରିକାରୁ ଆସିଥିବା ୯୪ ଲୋକଙ୍କର କୋଭିଡ ଯାଞ୍ଚ ହୋଇଛି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ରିପୋର୍ଟ ପଜିଟିଭ ଆସିଛି । କିନ୍ତୁ ସେମାନଙ୍କଠାରେ କେଉଁ ଭାରିଆଣ୍ଟ ଚିହ୍ନଟ ହୋଇଛି, ତାହା ଜଣାପଡିନାହିଁ । ଜିନୋମ ସିକ୍ୟୁଏନ୍ସଂ ଜରିଆରେ ଏହାର ଚିହ୍ନଟ କରାଯିବ ।

ତେବେ ଦକ୍ଷିଣ ଆଫ୍ରିକାରୁ କର୍ଣ୍ଣାଟକ ଆସିଥିବା ସମସ୍ତ ଲୋକଙ୍କର କରୋନା ଟେଷ୍ଟ କରାଯାଇଥିଲା । ସେମାନଙ୍କ ମଧ୍ୟରୁ କେବଳ ୨ ଜଣଙ୍କର ନମୂନା ପଜିଟିଭ ଆସିଛି । ସେମାନଙ୍କ ଠାରେ କୋଭିଡର କେଉଁ ଭାରିଆଣ୍ଟ ଜାଣିବା ପାଇଇଁ ତାଙ୍କ ନମୂନାକୁ ଲ୍ୟାବ୍ ପଠାସରିଛି । କରୋନାର ଏହି ନୂଆ ବିପଦ ଯୋଗୁଁ ବିଶ୍ୱ ପ୍ରତି ବିପଦ ରହିଛି । ଏହି ନୂଆ ଭାରିଆଣ୍ଟ ଯୋଗୁଁ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବୈଠକ ଡକାଇ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ସମସ୍ତ ରାଜ୍ୟରେ ଯିବା ଆସିବା ଉପରେ କଟକଣା ଲଗାଯାଇଛି ।

Get real time updates directly on you device, subscribe now.