ଭୁବନେଶ୍ୱର: ଆଜି ପ୍ରକାଶ ପାଇଳା ଯୁକ୍ତ ୨ ପରୀକ୍ଷା ଫଳ । କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷାର ଫଳ ପ୍ରକାଶ ପାଇଛି ।
ପରୀକ୍ଷା ପାଇଁ ଫର୍ମ ଫିଲଅପ୍ କରିଥିଲେ ମୋଟ ୩ ଲକ୍ଷ ୯୩ ହଜାର ୬୧୮ ଜଣ । ପାସ୍ ଦେଇଥିଲେ ୩ ଲକ୍ଷ୍ୟ ୮୨ ହଜାର ୭୨୯ ଜଣ ପରୀକ୍ଷା ଦେଇଛନ୍ତି ।
ସମୁଦାୟ ୩ ଲକ୍ଷ ୧୬ ହଜାର ୭୮୭ ଜଣ ଯୁକ୍ତ ୨ ପରୀକ୍ଷାରେ ପାସ୍ ହୋଇଛନ୍ତି । ସେଥିରୁ ଛାତ୍ର ୧ ଲକ୍ଷ ୪୨ ୫୧୨ ଜଣ ଥିବାବେଳେ ଛାତ୍ରୀଙ୍କ ସଂଖ୍ୟା ରହିଛି ୧,୭୪,୨୫୧ ।
ପାସ୍ ହାର ୮୨.୭୭% ରହିଥିବାବେଳେ ଛାତ୍ରମାନଙ୍କ ପାସ୍ ହାର ୭୭.୮୮% ଏବଂ ଛାତ୍ରୀମାନଙ୍କ ପାସ୍ ହାର ୮୭.୨୪% । ଏ ବର୍ଷ ରେଜଲ୍ଟ ଭଲ ହୋଇଥିବା କହିଲେ ମନ୍ତ୍ରୀ ।
ଫାଷ୍ଟ ଡିଭିଜନରେ ୧,୧୯୧୪ ଜଣ ପାସ୍ କରିଥିବାବେଳେ ସେକେଣ୍ଟ ଡିଭିଜନ୍ରେ ୬୭ ହଜାର ୮୧୫ ଜଣ ପାସ କରିଛନ୍ତି । ଥାର୍ଡ ଡିଭିଜନରେ ୧ ଲକ୍ଷ ୪୩ ହଜାର ୩୩୯ ଜଣ ପାସ୍ କରିଛନ୍ତି । ସେହିପରି କମ୍ପାରମେଣ୍ଟରେ ୩୭୧୯ ଜଣ ଛାତ୍ରଛାତ୍ରୀ ଅଛନ୍ତି ।
ବିଜ୍ଞନାରେ ପାସ୍ ହାର ୮୭.୪୯ ଥିବାବେଳେ କଳାରେ ୮୦.୫୧% , ବାଣିଜ୍ୟରେ ୮୩.୦୨ ଏବଂ ଭୋକେଶନାଲରେ ୬୦.୫୭% ପାସ୍ ହାର ରହିଛି ।
ରେଜଲ୍ଟ ଘୋଷଣା ହେବାର ଘଣ୍ଟାଏ ପରେ ଅର୍ଥାତ୍ ୫ଟାବେଳେ ପିଲାମାନେ ନିଜ ରେଜଲ୍ଟ ଦେଖିପାରିବେ ।
ସିଏଚଏସଇ କାର୍ଯ୍ୟାଳୟରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପରିକ୍ଷା ଫଳ ପ୍ରକାଶ କରିଛନ୍ତି ।
ୱେବସାଇଟ chseodisha.nic.in, orissaresults.nic.in, ରେ ପିଲାମାନେ ପରୀକ୍ଷା ଫଳ ଦେଖିପାରିବେ ।