ଭୁବନେଶ୍ୱର: ବାହାରିଲା ଦଶମ ପରୀକ୍ଷା ଫଳାଫଳ। ଏବେ ଅପେକ୍ଷା କେବଳ ଦ୍ୱାଦଶ ପରୀକ୍ଷା ଫଳାଫଳକୁ। ଏନେଇ ଏବେ ସୂଚନା ଆସିଛି କି, ମେ ୩ୟ ସପ୍ତାହ ସୁଦ୍ଧା +୨ ରେଜଲ୍ଟ ପ୍ରକାଶ ପାଇପାରେ।
ମେ ତୃତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ +2 ରେଜଲ୍ଟ। ସୂଚନା ଦେଲେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକ। ଆସନ୍ତା ୬ରେ +2 ରେଜଲ୍ଟ ବାହାରିବା ନେଇ ପ୍ରଚାର ହେଉଥିଲା।
ହେଲେ ଏହା ସମ୍ପୂର୍ଣ୍ଣ ଗୁଜବ। ମେ ୧ ସୁଦ୍ଧା ଖାତା ଦେଖା ଶେଷ ହୋଇଛି। ରେଜଲ୍ଟ ପ୍ରକାଶ ନେଇ ପ୍ରକ୍ରିୟା ଚାଲିଛି। ନିର୍ଦ୍ଦିଷ୍ଟ ଭାବେ କେବେ ରେଜଲ୍ଟ ବାହାରିବ ସେନେଇ କିନ୍ତୁ କୌଣସି ସୂଚନା ଦିଆଯାଇନାହିଁ। ଯେବେ ସମୟ ଧାର୍ଯ୍ୟ ହେବ ଶୀଘ୍ର ଜଣାଇ ଦିଆଯିବ।