ଏ କି ପ୍ରକାର ଦୃଶ୍ୟ! ଦେଖନ୍ତୁ (Video) ମାଡ଼ ଖାଇ ରାସ୍ତାରେ ଗଡ଼ିଲେ ମହିଳା… ସାମାନ୍ୟ ଡ୍ରେସ୍ ପାଇଁ ବିଚ୍ ରାସ୍ତାରେ ମାଡ଼ଗୋଳ ହେଲେ ଯୁବତୀ

ଡ୍ରେସକୁ କେନ୍ଦ୍ର କରି ଖଣ୍ଡ ପ୍ରଳୟ । ପାଖରେ ଥିବା ଲୋକ ଦୃଶ୍ୟର ମଜା ଉଠାଇଲେ, ସିନା ଅଟକାଇଲେ ନାହିଁ ।

ଓଡ଼ିଶା ଭାସ୍କର: ସୋସିଆଲ ମିଡିଆରେ ଦିନ ପ୍ରତିଦିନ ନାନା ପ୍ରକାର ଭିଡିଓ ସବୁ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ହଟଚମଟ ସୃଷ୍ଟି ହେଉଛି ।

କିନ୍ତୁ ବେଳେବେଳେ ଏମିତି ଭିଡିଓ ସବୁ ସୋସିଆଲ ମିଡିଆରେ ଦେଖିବାକୁ ମିଳେ ଯାହା ଭିୟର୍ସଙ୍କୁ ଚିନ୍ତାରେ ପକାଇ ଦିଏ । ଏମିତି ଏକ ଭିଡିଓ ଏବେ ଏକ୍ସରେ ଘୁରିବୁଲୁଛି । ଯାହାକୁ ଦେଖି ଲୋକେ କୌତୁହଳ ମଧ୍ୟ ପାଉଛନ୍ତି ।

ସୋସିଆଲ ମିଡିଆରେ ଘୁରିବୁଲୁଥିବା ଏହି ଭିଡିଓଟିରେ କିଛି ମହିଳା ମାଡ଼ଗୋଳ ହେବାରେ ଦେଖିବାକୁ ମିଳିଛି । ପ୍ରଥମେ ଜଣେ ମହିଳା ଅନ୍ୟ ଜଣେ ମହିଳାଙ୍କୁ ଚାପୁଡ଼ା ମାରୁଛି, ତା’ ପରେ ମାଡ଼ ଖାଇଥିବା ମହିଳା ଜଣକ ତୁରନ୍ତ ରାଗିଯାଇ ପ୍ରତିପ୍ରହାର କରିବା ଆରମ୍ଭ କରୁଛନ୍ତି ।

ଏହାପରେ ଆଉକିଛି ମହିଳା ଏକାଠି ହୋଇ ଚାପୁଡ଼ା ମାରିଥିବା ମହିଳାଙ୍କୁ ପିଟିବା ଆରମ୍ଭ କରୁଛନ୍ତି । ଡ୍ରେସ୍ ଟ୍ରଲିରେ ମହିଳାଙ୍କୁ ଗଡେଇ ତଡେଇ ମାଡ଼ ଦିଆଯାଉଥିବା ଦେଖିବାକୁ ମିଳିଛି । ସେଠାରେ ଥିବା ଲୋକେ ମହିଳାମାନଙ୍କୁ ଅଟକାଇବା ଠିକ୍ ଭିବୁ ନ ଥିଲେ ।

ସବୁଠାରୁ ରୋଚକ କଥା ଦୁହେଁ ସମାନ ଡ୍ରେସ୍ ପାଇଁ ମାଡ଼ଗୋଳ ହେଉଥିବା ଜଣାପଡ଼ିଛି । ଦୁଇଜଣଯାକ ଗୋଟିଏ ଡ୍ରେସକୁ ନେବା ପାଇଁ ବାଛିଥିବାବେଳେ ତାକୁ ନେଇ ଦୁଇଜଣଙ୍କ ମଧ୍ୟରେ ପ୍ରଥମେ ଯୁକ୍ତି ତର୍କ ଓ ତା’ପରେ ମାଡ଼ ଗୋଳ ହୋଇଥିଲା ।