(Video) ବଦଳୁଛି ସମୟ; ମଦୁଆ ସ୍ୱାମୀ ମାରପିଟ୍ କଲେ ବୋଲି ପରସ୍ପରକୁ ବାହା ହୋଇଗଲେ ଦୁଇ ସ୍ତ୍ରୀ, ଇନଷ୍ଟାଗ୍ରାମରେ ହୋଇଥିଲା ଭେଟ

୬ ବର୍ଷର ପ୍ରେମ ହେଲା ସଫଳ । ମଦୁଆ ସ୍ୱାମୀଠାରୁ ମିଳିଲା ମୁକ୍ତି ।

ଦେବରିଆ: ମଦୁଆ ସ୍ୱାମୀଙ୍କଠାରୁ ପିଛା ଛଡ଼େଇବା ପାଇଁ ଦୁଇ ମହିଳା ନେଇଛନ୍ତି ଚରମ ନିଷ୍ପତ୍ତି । ଉତ୍ତର ପ୍ରଦେଶର ଦେବରିଆରେ କବିତା ଓ ଗୁଞ୍ଜା ନାମକ ଦୁଇ ମହିଳା କରିଛନ୍ତି ବିବାହ ।

ଗତ ଗୁରୁବାର ଦେବରିଆରେ ଥିବା ଛୋଟି କାଶୀ ମନ୍ଦିରରେ ପରସ୍ପର ସିନ୍ଦୁର ଓ ଫୁଲମାଳ ବଦଳେଇ ବାହା ହୋଇଯାଇଛନ୍ତି । ଗୁଞ୍ଜା ଓ କବିତା ପୂର୍ବରୁ ବିବାହିତା । ହେଲେ ମଦୁଆ ସ୍ୱାମୀଙ୍କ ନିର୍ଯାତନା ସହିବା କଷ୍ଟକର ହୋଇପଡ଼ିଥିବାବେଳେ ଦୁହେଁ ଏ ପ୍ରକାର ନିଷ୍ପତ୍ତି ନେଇଛନ୍ତି ।

ଗୁଞ୍ଜା ଓ କବିତାଙ୍କ ଦେଖାହେଲା ଇନଷ୍ଟାଗ୍ରାମରେ । ପରସ୍ପର ସମ୍ପର୍କରେ ୬ ବର୍ଷ ହେଲା ରହିଛନ୍ତି । ଆଉ ଏବେ ବାହା ହୋଇ ନୂଆ ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି । ଗୁଞ୍ଜା କବିତା ମଥାରେ ସିନ୍ଦୁର ଲଗେଇଛନ୍ତି । କବିତାଙ୍କ ୪ ପିଲା । ସ୍ୱାମୀ ମଦ ପିଇ ଘରେ ମାରପିଟ୍ କରିବା ଯୋଗୁ ପିଲାଙ୍କୁ ସେ ତାଙ୍କ ବାପ ଘରେ ଛାଡ଼ି ଦେଇଛନ୍ତି ।

୬ ବର୍ଷର ସମ୍ପର୍କ ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସ୍ଥାପନ ହୋଇଥିବା ଗୁଞ୍ଜା କହିଛନ୍ତି । ଏଥିସହ ଦୁହେଁ ଏବେ ମିଶି ସଂସାର ଗଢ଼ିବେ । ସେମାନଙ୍କର ନିଜସ୍ୱ ଘର ନ ଥିବାବେଳେ ବର୍ତ୍ତମାନ ସେମନେ ଗୋରଖପୁରରେ ଭଡ଼ା ଘରେ ରହିବେ ବୋଲି ନିଷ୍ପତ୍ତି ନେଇଛନ୍ତି ।