fbpx

ଅହମ୍ମଦାବାଦ ବଦଳାଇଲା ଟିମର ନାଁ: ମେଗା ଅକ୍ସନ ପୂର୍ବରୁ ଦଳରେ ଯୋଗ ଦେଲେ ୨୦୧୧ ବିଶ୍ୱକପ ବିଜୟ ଦୁଇ ଖେଳାଳି

ନୂଆଦିଲ୍ଲୀ: IPL ୨୦୨୨ ର ମୋଗା ଅକ୍ସନ ପୂର୍ବରୁ ଏହି ସିଜନକୁ ନେଇ ବଢିବାରେ ଲାଗିଛି ଉତ୍ସାହ । ଚଳିତ ସିଜନରେ ଦୁଇଟି ନୂଆ ଟିମ ଯୋଗ ଦେଉଥିବାରୁ ଏହି ସିଜନ କୁବ ଦମଦାର ଏବଂ ରୋମାଞ୍ଚକର ହେବ ବୋଲି ଅ।।ା ରହିଛି । ତେବେ ଏହାମଧ୍ୟରେ ପୁଣି IPL ୨୦୨୨କୁ ନେଇ ଆସିଛି ଆଉ ଏକ ଖବର । ଚଳିତ ସିଜନରେ ନୂଆ ନାଁ ଘୋଷଣା କରିଛି ଅହମ୍ମଦାବାଦ ଟିମ, ଯାହାର ନେତୃତ୍ୱ ନେବେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । IPLର ପ୍ୟ୍ଚଦଶ ସିଜନରେ ଗୁଜୁରାଟ ଟାଇଟନ୍ସ ନାଁରେ ଖେଳିବ ଟିମ ଅହମ୍ମଦାବାଦ ।
ଭାରତର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଦଳର ନେତୃତ୍ୱ ନେଉଥିବା ବେଳେ ଯୁବ ଓପନର ଶୁଭମନ ଗିଲ ଏବଂ ଆଫଗାନି ସ୍ପିନର ରାଶିଦ ଖାନଙ୍କୁ ଦଳରେ ସାମିଲ କରାଯାଇଛି । ଏହି ଖେଳାଳିମାନଙ୍କ ବ୍ୟତୀତ ଦଳ ଅନ୍ୟ ଦୁଇ ଜଣଙ୍କୁ ମଧ୍ୟ ନିଜର କରିଛି । ତେବେ ଏହି ଦୁଇ ଜଣ ଭାରତ ପାଇଁ ୨୦୧୧ ଦିନିକିଆ ବିଶ୍ୱକପ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ୨୦୧୧ ବିଶ୍ୱକପରେ ଭାରତୀୟ ଦଳର ମୁଖ୍ୟ କୋଚ ଗୈରୀ କ୍ରିଷ୍ଟନ ଏବଂ ବାମହାତୀ ବୋଲର ଆଶିଷ ନେହରାଙ୍କୁ ଦଳରେ ସାମିଲ କରାଯାଇଛି । ଉଭୟଙ୍କୁ ଦଳର କୋଚିଙ୍ଗ ଷ୍ଟାଫ ଭାବେ ଗୁରୁଦାୟିତ୍ୱ ମିଳିଛି ।

Get real time updates directly on you device, subscribe now.