fbpx

DeepFakeକୁ ନେଇ ଆଲର୍ଟ ଟେକ୍ କମ୍ପାନୀ: ସମଗ୍ର ବିଶ୍ୱରେ ନିର୍ବାଚନ ସମୟରେ ଡିପଫେକ ବନ୍ଦ କରିବାରେ କରିବେ ସାହାଯ୍ୟ

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟ, ମେଟା, ଗୁଗଲ୍, ଏକ୍ସ, ଆମାଜନ ଏବଂ ଓପନଏଆଇ ଭଳି ୨୦ ଟି ଅଗ୍ରଣୀ ବୈଷୟିକ କମ୍ପାନୀ ଚଳିତ ବର୍ଷ ଭାରତ ତଥା ବିଶ୍ୱର ଅନ୍ୟାନ୍ୟ ଦେଶରେ ନିର୍ବାଚନରେ ବିଭ୍ରାନ୍ତିକର ଏଆଇ ବିଷୟବସ୍ତୁ ଏବଂ ଡିପଫେକକୁ ରୋକିବାରେ ସାହାଯ୍ୟ କରିବାକୁ ପ୍ରତିଶୃତି ଦେଇଛନ୍ତି ।

 

ମ୍ୟୁନିଚ୍ ସୁରକ୍ଷା ସମ୍ମିଳନୀରେ (ଏମମସସି)ରେ କମ୍ପାନୀଗୁଡିକ ୨୦୨୪ ନିର୍ବାଚନରେ ଏଆଇର ଜାଲିଆତି ବ୍ୟବହାରକୁ ମୁକାବିଲା କରିବା ପାଇଁ ଏକ ଟେକ୍ ଚୁକ୍ତି ସ୍ୱାକ୍ଷର କରିଥିଲେ । ଏହି ବର୍ଷ ୪୦ ରୁ ଅଧିକ ଦେଶରୁ ଚାରି ବିଲିୟନରୁ ଅଧିକ ଲୋକ ଭୋଟ୍ ଦେବେ ।

 

ଟେକ୍ କମ୍ପାନୀଗୁଡିକ ଡିପଫେକ୍ ବିଷୟରେ ଆଲର୍ଟ:-

କମ୍ପାନୀ କହିବା ମୁତାବକ, “୨୦୨୪ ନିର୍ବାଚନରେ ଏଆଇର ଜାଲିଆତି ବ୍ୟବହାରକୁ ମୁକାବିଲା କରିବା ପାଇଁ ଟେକ୍ ଚୁକ୍ତି ହେଉଛି ଭୋଟରଙ୍କୁ ପ୍ରତାରଣା କରିବା ପାଇଁ ଡିଜାଇନ୍ ହୋଇଥିବା କ୍ଷତିକାରକ ଏଆଇ ଉତ୍ପାଦିତ ସାମଗ୍ରୀକୁ ପ୍ରତିହତ କରିବା ପାଇଁ ଟେକ୍ନୋଲୋଜି ନିୟୋଜନ କରିବାର ପ୍ରତିଶ୍ରୁତିର ଏକ ସେଟ୍ ।

 

ନକଲି ବିଷୟବସ୍ତୁ ବନ୍ଦ କରିବାରେ ଟେକ୍ କମ୍ପାନୀଗୁଡିକ ସାହାଯ୍ୟ କରିବେ :-

 

ଏହି ଚୁକ୍ତିରେ ଡିଜିଟାଲ୍ ବିଷୟବସ୍ତୁ ଅନ୍ତର୍ଭୂକ୍ତ ହୋଇଛି ଯେଉଁଥିରେ ଏଆଇ- ଉତ୍ପାଦିତ ଅଡିଓ, ଭିଡିଓ, ଏବଂ ଫଟୋ ସାମିଲ ହୋଇଛି ଯାହା ଗଣତାନ୍ତ୍ରିକ ନିର୍ବାଚନରେ ରାଜନୈତିକ ପ୍ରାର୍ଥୀ, ନିର୍ବାଚନ ଅଧିକାରୀ ଏବଂ ଅନ୍ୟାନ୍ୟ ପ୍ରମୁଖ ହିତାଧିକାରୀଙ୍କ ରୂପ, ସ୍ୱର କିମ୍ବା କାର୍ଯ୍ୟକଳାପ ବିଷୟରେ ପ୍ରତାରଣାକାରୀ ଭାବରେ ପରିବର୍ତ୍ତନ କରିଥାଏ କିମ୍ବା ମିଥ୍ୟା ସୂଚନା ପ୍ରଦାନ କରିଥାଏ  ।

Get real time updates directly on you device, subscribe now.