fbpx

(Video) ମା’ଙ୍କ ଚମତ୍କାର! ନୋଟ୍ ଗଣି ଗଣି ନାକେଦମ୍ ହେଲେଣି ୨୦୦ ମହିଳା, ନୋଟ୍ ଦେଖି ଦେଖଣାହାରୀଙ୍କ ଉଡ଼ିଯାଉଛି ହୋସ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୨୦୦ ଜଣ ମହିଳା ବସି ଟଙ୍କା ଗଣୁଛନ୍ତି, ତଥାପି ସରୁନାହି । ଯୁଆଡ଼େ ଚାହିଁଲେ ୧୦ ଟଙ୍କାରୁ ଆରମ୍ଭ କରି ୫୦୦ ଟଙ୍କିଆ ନୋଟ୍ ଗଦା ଗଦା । ଏଥିସହିତ ୨୦ ଡଲାର ନୋଟ, ୨୦ ପାଉଣ୍ଡସ୍ ମଧ୍ୟ ବାହାରୁଥିବାର ଦେଖିବାକୁ ମିଳିଛି । ଏହି ଦୃଶ୍ୟକୁ ଯିଏ ଦେଖୁଛି ସିଏ ମୁଣ୍ଡରେ ହାତ ଦେଉଛି । କାହିଁକି ସରୁନାହିଁ ଏହି ଟଙ୍କା, କୁଆଡ଼ୁ ଆସୁଛି ଏହି ଟଙ୍କା, ଏଭଳି ପ୍ରଶ୍ନସବୁ ଏବେ ଦେଖଣାହାରୀଙ୍କ ମନରେ ଉଙ୍କି ମାରୁଛି । ମହିଳାଙ୍କ ସମେତ ମେଶିନରେ ମଧ୍ୟ ଟଙ୍କା ଗଣା ଯାଉଛି । ଟଙ୍କା ସହ କିଛି ସୁନା ଅଳଙ୍କାର ମଧ୍ୟ ରହିଥିବାର ଜଣାପଡ଼ିଛି।

ସୂଚନା ମୁତାବକ, ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ରାଜ୍ୟର ରାୟଗଡ଼ା ଜିଲ୍ଲାରେ । ୩ ମାସ ପରେ ମା’ ମଝିଘରିଆଣୀଙ୍କ ମନ୍ଦିରର ଦାନ ହୁଣ୍ଡି ଖୋଲାଯାଇଥିବା ବେଳେ ତା’ ଭିତରୁ ଏହି ବିପୁଳ ମାତ୍ରାର ଟଙ୍କା ବାହାରିଥିଲା । ସ୍ଥାନୀୟ ତହସିଲଦାର ଓ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ୯ଟି ଦାନ ହୁଣ୍ଡି ଗତକାଲି ସକାଳ ୯ ଘଟିକା ସମୟରେ ଖୋଲାଯାଇ ଗଣତି କରାଯାଇଥିଲା । ଗତ ୩ ମାସ ତଳେ ମାର୍ଚ୍ଚ ୧୮ ତାରିଖ ଦିନ ଦାନ ହୁଣ୍ଡିରୁ ୮୯ ଲକ୍ଷ ୭୨ ହଜାର ୨୨୫ ଟଙ୍କା ବାହାରିଥିବା ବେଳେ ସୁନା ୬୨ ଗ୍ରାମ, ରୁପା ୨କେଜି ୩୦୦ ଗ୍ରାମ ଓ ୬୬ଟି ବିଦେଶୀ ନୋଟ୍ ସଂଗ୍ରହ କରାଯାଇଥିଲା । ତେବେ ଚଳିତ ଥର ମା’ଙ୍କ ଦାନ ବାକ୍ସରୁ ୭୦-୮୦ ଲକ୍ଷ ଟଙ୍କା ଦାନ ବାହାରିବ ବୋଲି ମନ୍ଦିର କମିଟି ଆଶାବ୍ୟକ୍ତ କରିଛି । ହୁଣ୍ଡିରୁ ବାହାରିଥିବା ଦାନ ଅର୍ଥକୁ ରାୟଗଡ଼ା ୟୁନିୟନ ବ୍ୟାଙ୍କର ମୁଖ୍ୟ ଶାଖାରେ ଡିପୋଜିଟ୍ କରାଯିବ ବୋଲି କୁହାଯାଇଥିଲା । ତେବେ ମା’ଙ୍କର ଏହି ଗଣତି କାର୍ଯ୍ୟରେ ନିୟୋଜିତ ହୋଇଥିବା ମହିଳାମାନେ ନିଜକୁ ଧନ୍ୟ ମନେ କରିଛନ୍ତି । ଡିପୋଜଟ୍ ଅର୍ଥର ସୁଧରେ ମନ୍ଦିରର ରକ୍ଷଣା ବେକ୍ଷଣାରେ ଖର୍ଚ୍ଚ କରାଯିବ । ତେବେ ମା’ ମଝିଘରିଆଣୀଙ୍କ ଉପରେ ଭରସା କରି ଦାନ ଦେଉଥିବା ଭକ୍ତମାନେ ଏହା ମା’ଙ୍କର ମହିମା ବୋଲି କହୁଥିବା ଦେଖାଯାଉଛି ।

Get real time updates directly on you device, subscribe now.