fbpx

୨୦୨୪ ଲୋକସଭା ନିର୍ବାଚନ ଫଳାଫଳ: ମୋଟ ୫୪୩ଟି ଆସନ ମଧ୍ୟରୁ କିଏ କେଉଁ ଆସନରୁ ଜିତିଲେ, ଦେଖନ୍ତୁ ସମ୍ପୂର୍ଣ୍ଣ ଲିଷ୍ଟ

Advertisement

ନୂଆଦିଲ୍ଲୀ: ଜୁନ ୪ରେ ପ୍ରକାଶ ପାଇଥିବା ୨୦୨୪ ଲୋକସଭା ନିର୍ବାଚନର ଜନାଦେଶ ସଭିଙ୍କ ତାଜୁବ କରିଦେଇଛି । ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)ର ‘୪୦୦ ପାର୍’ ନାରାରେ ଲାଗିଛି ରୋକ୍ । ମୋଟ ୫୪୩ଟି ଆସନ ମଧ୍ୟରୁ ଏନଡିଏ ମାତ୍ର ୨୯୨ରେ ଅଟକି ଯାଇଥିବା ବେଳେ ଭାରତୀୟ ଜାତୀୟ ବିକାଶମୂଳକ ଅନ୍ତର୍ଭୁକ୍ତ ସହଯୋଗୀ (ଇଣ୍ଡିଆ) ମେଣ୍ଟ ୨୩୩ଟି ଓ ଅନ୍ୟ ଦଳମାନେ ୧୮ଟି ଆସନ ହାସଲ କରିଛନ୍ତି । ଗତ ୨୦୧୯ ନିର୍ବାଚନ ଅପେକ୍ଷା ଏଥର ବିଜେପିର ସିଟ୍ ସଂଖ୍ୟା ହ୍ରାସ ପାଇଥିବା ବେଳେ ବିରୋଧୀ କଂଗ୍ରେସର ସିଟ୍ ସଂଖ୍ୟା ବୃଦ୍ଧି ପାଇଛି ।

ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ପଦରୁ ନରେନ୍ଦ୍ର ମୋଦୀ ଇସ୍ତଫା ଦେଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ମୋଦୀ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଚଳିତ ନିର୍ବାଚନରେ ବିଜେପି ସବୁଠାରୁ ଅଧିକ ସିଟ୍ ହାସଲ କରିଥିଲେ ହେଁ ବହୁମତ ଠାରୁ ପଛରେ ରହିଛି । ଅନ୍ୟ ମେଣ୍ଟ ଦଳଙ୍କ ସହଯୋଗରେ ଦେଶରେ ତୃତୀୟ ଥର ଏନଡିଏ ସରକାର ଚାଲିବ । ଆସନ୍ତା ୮ ତାରିଖ ସନ୍ଧ୍ୟାରେ ନରେନ୍ଦ୍ର ମୋଦୀ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି । ଏଭଳି ସ୍ଥିତିରେ ମୋଦୀ କ୍ରମାଗତ ୩ୟ ଥର ନିର୍ବାଚନ ଜିତି ପ୍ରଧାନମନ୍ତ୍ରୀ ହେବାରେ ଜବାହର ଲାଲ ନେହରୁଙ୍କ ରେକର୍ଡର ସମକକ୍ଷ ହେବାର ସମ୍ଭାବନା ରହିଛି ।

ଚଳିତ ଲୋକସଭା ନିର୍ବାଚନର ମତଦାନ ପ୍ରକ୍ରିୟା ୭ଟି ପର୍ଯ୍ୟାୟରେ ଚାଲିଥିଲା । ଏପ୍ରିଲ ୧୯ରୁ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇ ଜୁନ୍ ୧ ତାରିଖରେ ସମାପ୍ତ ହୋଇଥିଲା । ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏନଡିଏ ନିର୍ବାଚନ ମୈଦାନକୁ ଓହ୍ଲାଇଥିବା ବେଳେ ବିରୋଧୀ ମହାମେଣ୍ଟ ଇଣ୍ଡିଆ ମଧ୍ୟ କଡ଼ା ଟକ୍କର ଦେଇଥିଲା । ଗତ ୨୦୧୯ ନିର୍ବାଚନରେ ବିଜେପି ୩୦୩ଟି ସିଟରେ ଜିତିଥିବା ବେଳେ ଏଥର ତାହାକୁ ଅତିକ୍ରମ କରିଯିବ ବୋଲି ଅଧିକାଂଶ ଏଗଜିଟ୍ ପୋଲ ଆକଳନ କରିଥିଲେ । ମାତ୍ର ନିର୍ବାଚନ ଫଳାଫଳ ଏଗଜିଟ୍ ପୋଲ ତଥ୍ୟକୁ ଭୁଲ୍ ପ୍ରମାଣିତ କରିଥିଲା । ତେବେ ମୋଟ ମୋଟ ୫୪୩ଟି ଆସନ ମଧ୍ୟରୁ କେଉଁ ଆସନରୁ କେଉଁ ଦଳର ପ୍ରାର୍ଥୀମାନେ ବିଜୟୀ ହୋଇଛନ୍ତି ତା’ର ସମ୍ପୂର୍ଣ୍ଣ ଲିଷ୍ଟ ନିମ୍ନରେ ଦିଆଗଲା ।

Get real time updates directly on you device, subscribe now.