ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କ୍ରମଶଃ କରୋନାର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଛି । ଗତ ୩ ମାସର ବ୍ୟବଧାନ ପରେ ପ୍ରଥମ ଥର ପାଇଁ ଗତକାଲି ୨ ହଜାର ତଳକୁ ଦୈନିକ ସଂକ୍ରମଣ ଖସିଥିବା ବେଳେ ଆଜି ୨ ଉପରକୁ ବୃଦ୍ଧି ପାଇଛି । ଗତ ଏପ୍ରିଲ ୧୨ ତାରିଖରେ ଶେଷଥର ପାଇଁ ରାଜ୍ୟରେ ସଂକ୍ରମଣ ୨ ହଜାର ତଳେ ରହିଥିଲା । ଗତ ମାସ ୧୪ ତାରିଖରୁ ଦୈନିକ ସଂକ୍ରମଣ ୩ ହଜାର ତଳକୁ ଖସିଥିବା ବେଳେ ୨ ହଜାର ତଳକୁ ଖସିବା ପାଇଁ ୨୮ ଦିନ ଲାଗିଛି । ପଶ୍ଚିମ ଓଡ଼ିଶା ତୁଳନାରେ ଉପକୂଳ ଅଞ୍ଚଳରେ ସଂକ୍ରମଣ ହ୍ରାସ ପାଇଁ ଅଧିକ ସମୟ ଲାଗୁଛି । ଏହା ମଧ୍ୟରେ ଆଜି ପୁଣି ୨୦୭୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୧୯୨ ଓ ସ୍ଥାନୀୟ ଅଞ୍ଚଳରୁ ୮୮୨ଜଣ ଚିହ୍ନଟ ହୋଇଛନ୍ତି ।
Covid-19 Report For 13th July
New Positive Cases: 2074
In Quarantine: 1192
Local Contacts: 882(Details of local contacts will be shared by concerned Dist Administration)
District Wise Cases:
1. Angul: 59
2. Balasore: 115
3. Bargarh: 38
4. Bhadrak: 110
5. Balangir: 17— I & PR Department, Odisha (@IPR_Odisha) July 14, 2021
ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୪୫ ହଜାର ୭୪୯ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୯ ଲକ୍ଷ ୧୮ହଜାର ୪୧ ରହିଥିବା ବେଳେ ୨୨ ହଜାର ୮୬୦ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୪୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
22. Mayurbhanj: 115
23. Nawarangpur: 10
24. Nayagarh: 58
25. Nuapada: 4
26. Puri: 133
27. Rayagada: 16
28. Sambalpur: 30
29. Sonepur: 9
30. Sundargarh: 56
31. State Pool: 85New Recoveries: 2641
Cumulative Tested: 14772938
Positive: 945749
Recovered: 918041
Active Cases: 22860— I & PR Department, Odisha (@IPR_Odisha) July 14, 2021