fbpx

ଉତ୍ତରପ୍ରଦେଶକୁ ଯାତାୟତ କରୁଥିବା ୨୧ଟି ଟ୍ରେନ ଉପରେ ରୋକ: ଜାଣନ୍ତୁ କାହିଁକି ଏବଂ କେଉଁ ଟ୍ରେନ ବନ୍ଦ

Advertisement

ନୂଆଦିଲ୍ଲୀ: ଉତ୍ତରପ୍ରଦେଶକୁ ଯାତାୟତ କରୁଥିବା ୨୧ ଟ୍ରେନ ଆଜି ରଦ୍ଦ କରାଯାଇଛି । କେବଳ ଆଜି ଗୋଟିଏ ଦିନ ପାଇଁ ବନ୍ଦ ରହିବ ଟ୍ରେନ ଚଳାଚଳ । ଏ ନେଇ ଭାରତୀୟ ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅନେକ ସ୍ଥାନରେ କାର୍ଯ୍ୟ ଚାଲୁ ରହିଥିବାରୁ କିଛି ଟ୍ରେନକୁ ଯାତାୟତ ଉପରେ ରୋକ ଲଗାଯାଇଛି ।

ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଦେଶର ଅନେକ ସ୍ଥାନରେ ବିକାଶମୂଳକ କାର୍ଯ୍ୟ ଚାଲୁ ରହିଛି । ଉତ୍ତର-ପୂର୍ବ ରେଲୱେ ପରିଚାଳନିକ ସୁବିଧାରେ ସୁଧାର ପାଇଁ ଗୋଣ୍ଡା ଜଙ୍କସନ ଅଞ୍ଚଳରେ ମଧ୍ୟ କାର୍ଯ୍ୟ ଜାରି ରହିଛି । ତେଣୁ ଏହି ସବୁ ଟ୍ରେନ ଯିବାଆସିବା ଉପରେ ପ୍ରଭାବ ପଡିବାର ଯଥେଷ୍ଟ ସମ୍ଭାବନା ରହଛି । ଉତ୍ତର-ପୂର୍ବ ରେଲୱେ ତରଫରୁ ଅଧିକାରୀ ଟ୍ୱିଯର ଆକାଉଣ୍ଟ ଦ୍ୱାରା ଏ ନେଇ ସୂଚନା ଦିଆଯାଇଛି । ଗୋଣ୍ଡା ରେଲୱେ ଷ୍ଟେସନ ନିକଟରେ ରି ମେଡଲିଂ ଯୋଗୁଁ ମେ ୧୯ ୨୦୨୨ ତାରିଖ ଅର୍ଥାତ ଆଜି ଟ୍ରେନଗୁଡିକୁ ରଦ୍ଦ କରାଯାଇଛି ।

ଗୋରଖପୁର-ଏସବାଗ-ଗୋରଖପୁର ଏକ୍ସପ୍ରେସ, ଗୋରଖପୁର-ଗୋଣ୍ଡା-ଗୋରଖପୁର ଏକ୍ସପ୍ରେସ ଅନାରକ୍ଷିତ ବିଶେଷ ଗାଡି, ଆନନ୍ଦ ବିହାର ଟର୍ମିନସ-ଗୋରଖପୁର ହମସଫର ଏକ୍ସପ୍ରେସ ଇତ୍ୟାଦି ଉପରେ ରୋକ ଲାଗିିଛି । ସେହିପରି ଗୋରଖପୁର-ମୈଲାନୀ-ଗୋରଖପୁର ଏକ୍ସପ୍ରେସ, ଲକ୍ଷେ୍ନø ଜଙ୍କସନ-ବରୌନୀ ଏକ୍ସପ୍ରେସ, ବରୌନୀ-ଲକ୍ଷେ୍ନø ଜଙ୍କସନ ଏକ୍ସପ୍ରେସ, ବରୌନୀ-ଗ୍ୱାଲିୟର ଏକ୍ସପ୍ରେସ, ଗ୍ୱାଲିୟର-ବରୌନୀ ଏକ୍ସପ୍ରେସ, ଛପରା କଚହରୀ-ଗୋମତୀ ନଗର ଏକ୍ସପ୍ରେସ ସମେତ ଗୋମତୀ ନଗର-ଛପରା କଚହରୀ ଏକ୍ସପ୍ରେସ, ଗୋଣ୍ଡା-ବହରାଇଚ-ଗୋଣ୍ଡା ଅନରକ୍ଷିତ ବିଶେଷ ଗାଡି, ଗୋଣ୍ଡା-ସୀତାପୁରଗୋଣ୍ଡା ଏକ୍ସପ୍ରେସ ମଧ୍ୟ ବିଭିନ୍ନ କାର୍ଯ୍ୟ ପାଇଁ ରଦ୍ଦ ହୋଇଛି ।

Get real time updates directly on you device, subscribe now.