fbpx

Guinness World Records: ୧ ମିନିଟ, ଦୁଇଟି ଆଙ୍ଗୁଠି, ୨୨ଟି ପୁଶ୍ ଅପସ, ୨୧ ବର୍ଷୀୟ ଯୁବକଙ୍କ ଅବିଶ୍ୱସନୀୟ କୀର୍ତ୍ତିମାନ

ନୂଆଦିଲ୍ଲୀ: ଅନେକ ସମୟରେ କମ୍ ବୟସରେ କିଛି ଯୁବକ, ଯୁବତୀ କିଛି ଅବିଶ୍ୱସନୀୟ କାର୍ଯ୍ୟ କରି ସାରା ବିଶ୍ୱକୁ ଚମକାଇ ଦେଇଥାନ୍ତି । ତେବେ ନିକଟରେ ଜଣେ ୨୧ ବର୍ଷୀୟ ଯୁବକ ଏଭଳି ଅସମ୍ଭବ କାର୍ଯ୍ୟ କରି ଗିନିଜ୍ ବିଶ୍ୱ ରେକର୍ଡରେ ସ୍ଥାନ ପାଇଛନ୍ତି । ଏହି ଯୁବକ ଜଣଙ୍କର ୨ଟି ଆଙ୍ଗୁଠି ଦ୍ୱାରା ୨୨ଟି ପୁଶ ଅପ୍ସ ମାରିଥିଲେ । ଏଥିପାଇଁ ସେ ୧ ମିନିଟ୍ ସମୟ ନେଇଥିଲେ ।

ସୂଚନା ମୁତାବକ, ଚୀନର ୨୧ ବର୍ଷୀୟ ଯୁବକ ଝାଙ୍ଗ ୟୁକସୁଆନ ଏହି ଅବିଶ୍ୱସନୀୟ କାର୍ଯ୍ୟ କରିଛନ୍ତି । ସେ ନିଜର ଦୁଇଟି ଆଙ୍ଗୁଠି ଦ୍ୱାରା ୧ ମିନିଟ ସମୟ ମଧ୍ୟରେ ୨୨ଟି ପୁଶ୍ ଅପ୍ସ ମାରିଥିଲେ । କିଛି କୁଙ୍ଗ ଫୁ ଫିଲ୍ମର ଅଭିନେତାଙ୍କୁ ଅନୁସରଣ କରି ସେ ଏପରି କରିଥିବା କହିଛନ୍ତି । ମାତ୍ର ୧୩ ବର୍ଷ ବୟସରୁ ଝାଙ୍ଗ ୱେଟ ଟ୍ରେନିଂର ପ୍ରଶିକ୍ଷଣ ଆରମ୍ଭ କରିଥିଲେ । ଏହି ସମୟରେ ସେ ବିଭିନ୍ନ ପ୍ରକାରର ପୁଶ ଅପ୍ସ ଅଭ୍ୟାସ କରିଥିଲେ । ତେବେ ନିଜର ଶକ୍ତି ଓ ଆତ୍ମବିଶ୍ୱାସ ବଳରେ ବହୁତ ଆଗକୁ ଯାଇ ପାରିଥିଲେ ।

ହାଇସ୍କୁଲରେ ପଢ଼ୁଥିବା ସମୟରେ ଝାଙ୍ଗ ଅନେକ କୁଙ୍ଗ ଫୁ ଫିଲ୍ମ ଦେଖିବା ସହିତ ଫିଙ୍ଗର ପୁଶ୍ ଅପ୍ସର ଅଭ୍ୟାସ କରିଥିଲେ । ଖୁବ୍ କମ୍ ସମୟ ମଧ୍ୟରେ ସେ କ୍ରମାଗତ ଭାବେ ୧୦ଟି ପୁଶ ଅପ୍ସ ମାରିବାରେ ସଫଳ ହୋଇଥିଲେ । ସେ ଅନଲାଇନ ଭିଡିଓ ଦେଖି ନିଜକୁ ନିଜେ ପ୍ରଶିକ୍ଷିତ କରିଥିଲେ । ତେବେ ତାଳି ବଜାଇ କେହି ବି ଆଙ୍ଗୁଠି ପୁଶ୍ ଅପ୍ସ କରିନାହାନ୍ତି ବୋଲି ସେ ଅନୁଭବ କରିପାରିଥିଲେ । ଏହା ତାଙ୍କୁ ରେକର୍ଡ ସୃଷ୍ଟି କରିବା ପାଇଁ ପ୍ରେରଣା ଦେଇଥିଲା ବୋଲି ଝାଙ୍ଗ କହିଛନ୍ତି ।

Get real time updates directly on you device, subscribe now.