ଭୁବନେଶ୍ୱରୁ ପୁଣି ବାହାରିଲେ ୨୧୬ ପଜିଟିଭ୍

ଭୁବନେଶ୍ୱର,୧୭ ।୧୦(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଏବେ କରୋନା ସଂକ୍ରମଣ କମିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ଭୁବନେଶ୍ୱରରୁ ୨୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୫୫ ଓ ସ୍ଥାନୀୟ ଅଞ୍ଚଳରୁ ୧୬୧ ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ଆଜି ୩୦୭ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ଭୁବନେଶ୍ୱରରେ କରୋନା ପଜିଟିଭଙ୍କ ସଂଖ୍ୟା ୨୬ ହଜାର ୯୯୫ କୁ ବୃଦ୍ଧି ପାଇଛି ।

ମୋଟ ୨୬ ହଜାର ୯୯୫ ପଜିଟିଭ ମଧ୍ୟରୁ ୧୩୩ ଜଣଙ୍କର ମୃତ୍ୟୁ ଘଟିଛି । ଏହା ସହ ୨୩ ହଜାର ୮୩୦ ଜଣ ସୁସ୍ଥ ଓ ୩,୦୧୧ ଜଣ ଏବେବି ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି ।