fbpx

ଆଜି ୨୪ ଘଣ୍ଟିଆ ଭାରତ ବନ୍ଦ

ନୂଆଦିଲ୍ଲୀ, ୨୬ା୨: ବ୍ୟବସାୟୀ ସଂଘ ପକ୍ଷରୁ ଆଜି ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ପାଳନରେ ସମଗ୍ର ଦେଶର ୮ କୋଟି ବ୍ୟବସାୟୀ  ସାମିଲ ହେବେ । ରାଜ୍ୟର ମଧ୍ୟ ୨୪ ଲକ୍ଷ ବ୍ୟବସାୟୀ ସାମିଲ ହେବେ ବୋଲି କୁହାଯାଇଛି । ଅନଲାଇନ ବ୍ୟବସାୟରେ ଆଇନ, ଖାଦ୍ୟ ନିରାପତ୍ତା ମାନ ଆଇନ ପରିବର୍ତ୍ତନ ଓ ଜିଏସଟି ରୁଲ ପରିବର୍ତ୍ତନଆଦି ଦାବି ନେଇ ବନ୍ଦ ଡାକରା ଦିଆଯାଇଛି ।

ବନ୍ଦ ପାଳନ ଅବସରରେ ଦୋକାନ ବଜାରଠାରୁ ଆରମ୍ଭ କରି ଇଣ୍ଡଷ୍ଟ୍ରିଜ ପର୍ଯ୍ୟନ୍ତ ସବୁ ବନ୍ଦ ରହିବ । ତେବେ ଆଜି ଗାଡ଼ି ଚଳାଚଳ ସ୍ୱାଭାବିକ ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ବନ୍ଦକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ ବୋଲି କମିଶନରେଟ୍ ପୋଲିସ ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.