ମାଲକାନଗିରି: ପଣ୍ଡ ହେଲା ମାଓବାଦୀଙ୍କ ଯୋଜନା । କମ୍ବିଂ ଅପରେଶନ ବେଳେ ଅଳ୍ପକେ ବର୍ତ୍ତିଲେ ଯବାନ ।
ଛତିଶଗଡ଼ ବିଜାପୁର ମୁଖ୍ୟ ରାସ୍ତାରେ ଆଇଇଡି ଖଞ୍ଜିଥିଲେ ମାଓବାଦୀ । ଯବାନଙ୍କ ପାଇଁ କରିଥିଲେ ଏତେବଡ଼ ଯୋଜନା ।
ଯବାନଙ୍କୁ ଟାର୍ଗେଟ୍ କରି ଖଞ୍ଜିଥିଲେ ଆଇଇଡି । ହେଲେ ଯୋଜନାରେ ପାଣି ପକେଇଦେଲେ ଯବାନ । ଚାଲ୍ ଜାଣିପାରି ଆଇଡି ବୋମାକୁ ନିଷ୍କ୍ରିୟ କଲେ ଯବାନ । ୨୫ କେଜିର ପ୍ଲାଷ୍ଟିକ୍ କଣ୍ଟେନରରେ ବୋମା ଖଞ୍ଜିଥିଲେ ମାଓବାଦୀ ।
ଶନିବାର ବିଜାପୁରରେ ଯବାନଙ୍କ ଗୁଳିରେ ୮ ମାଓବାଦୀ ନିହତ ହୋଇଥିଲେ । ଏହା ପୂର୍ବରୁ ୧୪ ର୍ଦୁଦାନ୍ତ ମାସବାଦୀଙ୍କୁ ନିହତ କରିସାରିଛନ୍ତି ଯବାନ ।