ପିଲାଙ୍କ ଖୁସି କହିଲେ ନ ସରେ.. ୨ ଦିନ କରିବେ ମଉଜ, ରାଜ୍ୟର ୨୫ଟି ସ୍କୁଲ୍ ଛୁଟି ଘୋଷଣା

ରାଜ୍ୟର ୨୫ଟି ସ୍କୁଲ ଛୁଟି

ଭୁବନେଶ୍ୱର: ପିଲାଙ୍କ ପାଇଁ ଖୁସି ଖବର। ରାଜ୍ୟ ୨୫ଟି ସ୍କୁଲ ଛୁଟି ଘୋଷଣା। ସୂଚନା ମୁତାବକ, ୪ଟି ପଞ୍ଚାୟତର ୨୫ଟି ସ୍କୁଲ ଛୁଟି ପାଇଁ ଘୋଷଣା ହୋଇଛି। ୨ ଦିନ ଦିନ ପାଇଁ ସ୍କୁଲ ଛୁଟି।

ବୈତରଣୀ ବନ୍ୟା ଯୋଗୁଁ ସ୍କୁଲ ଛୁଟି ଘୋଷଣା କଲା ପ୍ରଶାସନ। ଏଥିପାଇଁ ଭଦ୍ରକର ସହଡ଼ା, ଅର୍ଜୁନପୁର, ହସିନାବାଦ ପ୍ରଧାନୀରେ ପଞ୍ଚାୟତରେ ସ୍କୁଲ ଛୁଟି ଘୋଷଣା ହୋଇଛି। ଏହି ଦୁଇ ଦିନ ପରେ ବି ବୁଧବାର ଗଣେଶ ପୂଜା ପାଇଁ ବନ୍ଦ ରହିବ ସ୍କୁଲ।

ପ୍ରକାଶଥାଉ ଯେ, ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଥିବା ବେଳେ ଆଗାମୀ କିଛି ଦିନ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଲଘୁଚାପ କ୍ଷେତ୍ର ପ୍ରଭାବରେ ୨୫ରୁ ୨୮ ପର୍ଯ୍ୟନ୍ତ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ଆସନ୍ତା ୪୮ ଘଣ୍ଟାରେ ଘନୀଭୂତି ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ତେବେ କେବଳ ବର୍ଷା ନୁହେଁ ଘଡ଼ଘଡ଼ି ସାଙ୍ଗକୁ ପବନ ବୋହିବାର ମଧ୍ୟ ସମ୍ଭାବନା ରହିଛି ।

ପ୍ରାୟ ସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ଓ ୩୦ରୁ ୪୦ କିମି ପବନ ପୂର୍ବାନୁମାନ କରାଯାଇଛି । ତେବେ ବର୍ଷା, ପବନକୁ ଦୃଷ୍ଟିରେ ରଖି ମତ୍ସଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ଅରେଞ୍ଜ୍‌ ଓ ୟେଲୋ ୱାର୍ଣ୍ଣିଂ ଥିବା ଜିଲ୍ଲା ପ୍ରଶାସନକୁ ସତର୍କ ରହିବାକୁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।