fbpx

୨୬ ହଜାର ଜରିମାନା ଦେଲେ ସ୍କୁଟି ଚାଳକ

ଭୁବନେଶ୍ୱର, ୯ା୧୨ (ଓଡିଶା ଭାସ୍କର): କୋଭିଡ୍ ସକାଶେ କୋହଳ ହୋଇଥିବା ଟ୍ରାଫିକ୍ ଚେକିଂ ପୁଣି ଜୋରଦାର କରାଯାଇଛି । ଆଜି ରାଜଧାନୀ ଭୁବନେଶ୍ୱରରେ ଜଣେ ସ୍କୁଟି ଚାଳକଙ୍କଠାରୁ ୨୬ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ଉଭୟ ଚାଳକ ଓ ପଛରେ ବସିଥିବା ବ୍ୟକ୍ତି ଜରିମାନା ଦେଇଛନ୍ତି । ହେଲମେଟ୍ ପିନ୍ଧିନଥିବା ଅଭିଯୋଗରେ ଆରଟିଓ-୧ ତରଫରୁ ଏହି ଫାଇନ୍ କଟା ଯାଇଛି । ୧୮ ବର୍ଷରୁ କମ୍ ବୟସ ଓ ବିନା ହେଲମେଟ୍ ପାଇଁ ଏମାନେ ଫାଇନ ଦେଇଥିବା ଜଣାଯାଇଛି । କରୋନା ପାଇଁ ଏହି ଜରିମାନା ବ୍ୟବସ୍ଥା ବନ୍ଦ ରହିଥିଲା ।

Get real time updates directly on you device, subscribe now.