ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ ଦୈନିକ ସଂକ୍ରମଣ ୧୨ ହଜାରରୁ ହ୍ରାସ ପାଇ ୩ ହଜାରରେ ପହଞ୍ଚିବା ପରେ ଆଶା କରାଯାଉଥିଲା ଖୁବଶୀଘ୍ର ଏହି ସଂଖ୍ୟା ନିମ୍ନସ୍ତରରେ ପହଞ୍ଚିବ । ମାତ୍ର ରାଜ୍ୟରେ କରୋନା କଟକଣା ଲାଗୁ ପରେ ମଧ୍ୟ ୧୫ ଦିନ ଧରି ୩ ହଜାର ପଜିଟିଭ୍ ଚିହ୍ନଟ ହେଉଥିଲା । ଚାରି ଦିନ ହେଲା ୩ ହଜାର ତଳକୁ ଏବେ ସଂକ୍ରମଣ ଖସିଛି । ଗତ ମାସ ୧୪ ତାରିଖରୁ ଏହି ପ୍ରକ୍ରିୟା ଜାରି ରହିଛି । ମାତ୍ର ଅଳ୍ପ ଦିନ ପାଇଁ ଦୈନିକ ସଂକ୍ରମଣ ୩ ହଜାର ତଳକୁ ଖସିଥିଲା । ଏହା ମଧ୍ୟରେ ଆଜି ପୁଣି ୨୬୦୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୪୯୫ ଓ ସ୍ଥାନୀୟ ଅଞ୍ଚଳରୁ ୧୧୦୭ ଜଣ ଚିହ୍ନଟ ହୋଇଛନ୍ତି ।
Covid-19 Report For 6th July
New Positive Cases: 2602
In quarantine: 1495
Local contacts: 1107(Details of local contacts will be shared by concerned Dist Administration)
District Wise Cases:
1. Angul: 99
2. Balasore: 164
3. Bargarh: 13
4. Bhadrak: 95
5. Balangir: 5— I & PR Department, Odisha (@IPR_Odisha) July 7, 2021
ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୨୯ ହଜାର ୭୮୮ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୮ ଲକ୍ଷ ୯୭ ହଜାର ୩୬୨ ରହିଥିବା ବେଳେ ୨୮ ହଜାର ୧୫ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୨୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
22. Mayurbhanj: 141
23. Nawarangpur: 18
24. Nayagarh: 62
25. Nuapada: 5
26. Puri: 174
27. Rayagada: 33
28. Sambalpur: 25
29. Sonepur: 17
30. Sundargarh: 64
31. State Pool: 101New recovery: 3258
Cumulative tested: 14263163
Positive: 929788
Recovered: 897362
Active cases: 28015— I & PR Department, Odisha (@IPR_Odisha) July 7, 2021