fbpx

ସ୍କୁଲ ଖୋଲିବା ମାତ୍ରେ ୨୭ ଛାତ୍ର ହେଲେ ପଜିଟିଭ୍

ହାଇଦ୍ରାବାଦ, ୬  ।୧୦: ଅନଲକ୍ ୫ର ନୂଆ ଗାଇଡଲାଇନ୍ ମୁତାବକ କେନ୍ଦ୍ର ସରକାର ସ୍କୁଲ୍ ଖୋଲିବାକୁ ଅନୁମତି ଦେଇଛନ୍ତି । ଏନେଇ ଅନେକ ରାଜ୍ୟରେ କଟକଣା ସହ ସ୍କୁଲ ଖୋଲିବା ପାଇଁ ପ୍ରସ୍ତୁତି ଆରମ୍ଭ କରିବାରେ ଲାଗିଛନ୍ତି । ଏହାରି ମଧ୍ୟରେ ସ୍କୁଲ୍ ଯାଇ ୨୭ ଛାତ୍ର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏମିତି ଘଟଣା ଘଟିଛି ଆନ୍ଧ୍ର ପ୍ରଦେଶର ବିଜୟନଗରରେ । ବିଜୟନଗରରେ ୨୭ଜଣ ଛାତ୍ରଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଛି । ଯାହାକୁ ନେଇ ଅଭିଭାବକ ଚିନ୍ତାରେ ପଡ଼ିଯାଇଛନ୍ତି ଏବଂ ଏଥିପାଇଁ ସେମାନେ ଅଧିକାରୀଙ୍କୁ ଦାୟୀ କରିଛନ୍ତି । ବିଜୟନଗରର ଦୁଇଟି ଜିଲ୍ଲା ପରିଷଦ ହାଇସ୍କୁଲର ନବମ ଓ ଦଶମ ଶ୍ରେଣୀର ୨୭ ଜଣ ଛାତ୍ର ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସମସ୍ତ ଛାତ୍ର ନିଜ ନିଜର ଏକ୍ସଟ୍ରା କ୍ଲାସ୍ ପାଇଁ ସ୍କୁଲ୍ ଯାଉଥିଲେ ।

 

ତେବେ ଶିକ୍ଷାବିଭାଗର ଅଧିକାରୀଙ୍କ କହିବା ମୁତାବକ, ସ୍କୁଲରେ ସମସ୍ତ ସତର୍କତା ଅବଲମ୍ବନ କରାଯାଇଥିଲା ଏବଂ ଛାତ୍ରଙ୍କୁ ଏହି ସଂକ୍ରମଣ ବାହାରୁ ହୋଇଥାଇପାରେ । ଏହାବ୍ୟତୀତ ଯେଉଁ ଛାତ୍ରମାନେ କରୋନାରେ ଆକ୍ରାନ୍ତ ହୋଇଛନ୍ତି, ସେମାନଙ୍କୁ ସ୍ଥାନୀୟ ହାଇସ୍କୁଲରେ ଅଛନ୍ତି ।

Get real time updates directly on you device, subscribe now.