fbpx

ଭାରତରେ PUBG ସମେତ ୨୭୫ଟି ଚୀନ୍ ଆପ୍ ହୋଇପାରେ ବ୍ୟାନ୍

ଭାରତରେ ୫୯ଟି ଚାଇନିଜ ଆପ୍ ବ୍ୟାନ ହେବାରେ ପରେ ବର୍ତ୍ତମାନ ଚୀନର ଥିବା ଅନ୍ୟ ୨୭୫ ଆପ ଉପରେ ପ୍ରତିବନ୍ଧକ ଲଗାଇବାକୁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହି ଆପ ଗୁଡିକ କୌଣସି ପ୍ରକାରର ଜାତୀୟ ସୁରକ୍ଷା ଓ ୟୁଜର୍ସଙ୍କ ଗୋପନୀୟତା ଉପରେ ବିପଦ ସୃଷ୍ଟି କରୁଛି କି ନାହିଁ ବୋଲି ସରକାର ଏବେ ଯାଞ୍ଚ ଚଲାଇଛନ୍ତି । ଯେଉଁ କମ୍ପାନୀଗୁଡିକର ସର୍ଭର ଚୀନରେ ରହିଛି, ସେଗୁଡିକୁ ପ୍ରଥମେ ବନ୍ଦ କରିବାକୁ ଉଦ୍ୟମ ଚାଲିଛି ।

ତେବେ ଏହି ୨୭୫ ଆପ ମଧ୍ୟରେ ବହୁ ଲୋକପ୍ରିୟ ଗେମିଂ ଆପ୍ PUBG ସାମିଲ ରହିଛି, ଯାହାକି ଚାଇନାର ମୂଲ୍ୟବାନ ଇଣ୍ଟରନେଟ ଟେନ୍ସଣ୍ଟର ଅଂଶ । ଯଦି ଏହି ଆପଗୁଡିକରେ କୌଣସି ତ୍ରୁଟି ନମିଳେ, ତେବେ ଏଥିରେ ପ୍ରତିବନ୍ଧକ ଲଗାଯିବ ନାହିଁ ବୋଲି ସୂତ୍ରରୁ ଖବର ମିଳିଛି ।

Get real time updates directly on you device, subscribe now.