ଭୁବନେଶ୍ୱର: ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରୁଛନ୍ତି। ଏଥିରେ ଶିକ୍ଷା ପାଇଁ ମଧ୍ୟ ବଜେଟ ପ୍ରସ୍ତୁତ କରାଯାଇଛି।
ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ୨ ହଜାର ୯୬୦ କୋଟି ବ୍ୟୟବରାଦ ହୋଇଛି। ଏଥିସହ ସମଗ୍ର ଶିକ୍ଷା ପାଇଁ ୪ ହଜାର ୬୮୧ କୋଟି ଟଙ୍କା ବଜେଟ୍ ପ୍ରସ୍ତୁତ ହୋଇଛି। ଐତିହ୍ୟ ବିଦ୍ୟାଳୟ ପାଇଁ ୬୦ କୋଟି ରହିଛି।
ସ୍ନାତକତ୍ତୋର ସିଟ୍ ସଂଖ୍ୟା ୨୦ ପ୍ରତିଶତ ବୃଦ୍ଧି ପାଇବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଗଙ୍ଗାଧର ମେହର ଶିକ୍ଷା ଯୋଜନା ପାଇଁ ୧୯୩ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି। ପ୍ରଥମରୁ ଅଷ୍ଟମ ପିଲାଙ୍କ ୟୁନିଫର୍ମ ପାଇଁ ୧୯୪ କୋଟି ଟଙ୍କା ରହିଛି।