fbpx

ଛଟେଇ ହେବେ ୩.୫ ଲକ୍ଷ କର୍ମଚାରୀ! Amazon, HP ପରି ଅନେକ କମ୍ପାନୀ ଚାକିରିଆଙ୍କ ବଢ଼ିଲା ମୁସ୍କିଲ

ନୂଆଦିଲ୍ଲୀ: ଆଇଟି କ୍ଷେତ୍ରର ଅନେକ ବଡ଼ ବଡ଼ କମ୍ପାନୀରେ ଛଟେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଫଳରେ ଏହା କର୍ମଚାରୀଙ୍କ ଚିନ୍ତା ବଢ଼ାଇ ଦେଇଛି । ତେବେ ଆମାଜନ କମ୍ପାନୀ ୧୮ ହଜାରରୁ ଅଧିକ କର୍ମଚାରୀଙ୍କୁ କାର୍ଯ୍ୟରୁ ଅନ୍ତର କରିବାକୁ ଯୋଜନା କରୁଥିବା ବେଳେ ଭାରତରେ ଏକ ହଜାରରୁ ଅଧିକ କର୍ମଚାରୀ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି ।

ମିଡ଼ିଆ ରିପୋର୍ଟ ମୁତାବକ, ଭାରତରେ ଆମାଜନର ଗୁରୁଗ୍ରାମ, ବେଙ୍ଗାଲୁରୁ ସହିତ ଅନ୍ୟ କାର୍ଯ୍ୟାଳୟରେ ଛଟେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଫଳରେ କ୍ଷତିରେ ଚାଲୁଥିବା ବିଭାଗ ଉପରେ ବେଶି ପ୍ରଭାବ ପଡ଼ୁଛି । କମ୍ପାନୀ ଉଭୟ ଫେଶର୍ସ ଓ ଅନୁଭବୀ କର୍ମଚାରୀଙ୍କୁ ଚାକିରିରୁ ବିଦା କରୁଛି । ଆସନ୍ତା ସପ୍ତାହରୁ କମ୍ପାନୀର ଲେ’ ଅଫ୍ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡ଼ିଛି ।

ଗତ ବର୍ଷ ବିଭିନ୍ନ ଆଇଟି କମ୍ପାନୀରୁ ୧.୫ କର୍ମଚାରୀ ଚାକିରି ହରାଇଥିଲେ । ଫେସବୁକରୁ ୧୧ ହଜାର, ସ୍ନାପଚାଟରୁ ୧,୨୦୦, ଟ୍ୱିଟରରୁ ୭,୫୦୦ କର୍ମଚାରୀ ବିଦା ହୋଇଥିଲେ । ତେବେ ବିଶ୍ୱସ୍ତରରେ ଦେଖାଦେଇଥିବା ଆର୍ଥିକ ମାନ୍ଦାବସ୍ଥା କାରଣରୁ ଆଗାମୀ ଦିନରେ କିଛି କମ୍ପାନୀ ମଧ୍ୟ ଏପରି ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି । ସେଲସଫୋସ ୮ ହଜାର, ଏଚପି ୬ ହଜାର, ସିସ୍କୋ ୫ ପ୍ରତିଶତ, ଚାଇମ ୧୬୦, କ୍ୱାଇନବେସ ୬୦, ବିମେଓ ୧୧ ପ୍ରତିଶତ, ଷ୍ଟ୍ରାଇପ ୧୪ ପ୍ରତିଶତ ଓ କ୍ରିକେଟ ୩୦ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିବ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.