ଝାଡ଼ଖଣ୍ଡ: ଜେଲରୁ ଫେରାର ହେଲେ 3 ବାଂଲାଦେଶୀ କଏଦୀ। ଭାରତରେ ଅବୈଧ ଭାବରେ ରହୁଥିବା ହେତୁ ତାଙ୍କୁ ପୋଲିସ ଗିରଫ କରି ଝାଡ଼ଖଣ୍ଡ ହଜାରିବାଗ କେନ୍ଦ୍ରୀୟ କାରାଗାରରେ ରଖିଥିଲା।
ବହୁସଂଖ୍ୟକ ବାଂଲାଦେଶୀ ଆସି ଭାରତରେ ରହୁଥିବା ଘଟଣା ତ ଆମେ ଆଗରୁ ଜାଣିଛେ। ପହେଲଗାମ ଘଟଣା ପରେ ସମସ୍ତ ବାଂଲାଦେଶୀ ମାନଙ୍କୁ ଭାରତ ଛାଡିବାକୁ କୁହାଯାଇଥିବା ବେଳେ ତା ପରେ ବି ଯେଉଁମାନେ ଅବୈଧ ଭାବରେ ରହୁଥିଲେ ସେମାନଙ୍କୁ ପୋଲିସ ଗିରଫ କରିଥିଲା।
ସେହି ଗିରଫ ହୋଇଥିବା କଏଦୀଙ୍କ ଭିତରୁ 3 ବାଂଲାଦେଶୀ କଏଦୀ ଝାଡ଼ଖଣ୍ଡ ହଜାରିବାଗ କେନ୍ଦ୍ରୀୟ କାରାଗାରରୁ ଫେରାର ହୋଇଯାଇଛନ୍ତି। ଯାହାଙ୍କୁ ପୋଲିସ ଏବେ ଖୋଜୁଛି।