fbpx

ଆମେରିକାରେ ପୁଣି ଆଖିବୁଜା ଗୁଳିବର୍ଷା: ୩ ମୃତ, ୨ ଆହତ

ନ୍ୟୁୟର୍କ: ଆମେରିକାରେ ପୁଣି ଥରେ ଆଖିବୁଜା ଗୁଳିବର୍ଷଣର ଖବର ଆସିଛି । ଆମେରିକାର ଭର୍ଜିନିଆ ୟୁନିଭରସିଟି(ୟୁଭିଏ)ରେ ଏହି ଗୁଳି ବିନିମୟ ହୋଇଛି ଯେଉଁଥିରେ ତିନି ଜଣ ପ୍ରାଣ ହରାଇଛନ୍ତି ଏବଂ ଦୁଇ ଜଣ ଆହତ ହୋଇଛନ୍ତି । ଆକ୍ରମଣକାରୀ ଏପର୍ଯ୍ୟନ୍ତ ଧରାପଡିନାହିଁ । ୟୁଭିଏ ଜରୁରୀକାଳୀନ ପରିଚାଳନା ଟ୍ୱିଟ୍ କରି କହିଛି ଯେ ଭର୍ଜିନିଆ ବିଶ୍ୱବିଦ୍ୟାଳୟର ମୁଖ୍ୟ କ୍ୟାମ୍ପସକୁ ବନ୍ଦ କରିଦିଆଯାଇଛି ଏବଂ ପୋଲିସ ଏବଂ ହେଲିକପ୍ଟର ମାଧ୍ୟମରେ ସୁଟରକୁ ଖୋଜା ଚାଲିଛି ।

ଏଥି ସହିତ ୟୁଭିଏ ସଭାପତି ଜିମ ରିଆନ କହିଛନ୍ତି ଯେ, ସନ୍ଦିଗ୍ଧ ଆକ୍ରମଣକାରୀ ହେଉଛନ୍ତି ବିଶ୍ୱବିଦ୍ୟାଳୟର ଛାତ୍ର ଖ୍ରୀଷ୍ଟୋଫର ଡାର୍ନେଲ ଜୋନ୍ସ । ଖ୍ରୀଷ୍ଟୋଫର୍ ଡାର୍ନେଲ ଜୋନ୍ସଙ୍କୁ ଖୋଜା ଚାଲିଛି ବୋଲି ୟୁଭିଏ ପୋଲିସ ବିଭାଗ ଟ୍ୱିଟ କରିଛି । ଏଥିପାଇଁ ପୋଲିସ ତାଙ୍କ ଫଟୋ ଛାଡି ଜୋନ୍ସଙ୍କୁ ଖୋଜା ଚାଲିଥିବା କହିଛି । ଏଥି ସହ ଅନେକ ପୋଲିସ ଟିମ୍ ତାକୁ ଖୋଜୁଛନ୍ତି । ସେ ୟୁଭିଏ ଫୁଟବଲ ଦଳର ପୂର୍ବତନ ଖେଳାଳି ମଧ୍ୟ ରହିଛନ୍ତି ।

Get real time updates directly on you device, subscribe now.