fbpx

ଆଇଡି ବିସ୍ଫୋରଣରେ ୩ ଯବାନ ସହିଦ

ଝାଡଖଣ୍ଡ, ୪ ।୩: ଝାଡଖଣ୍ଡ ପଶ୍ଚିମ ସିଂହଭୂମିରେ ହୋଇଛି ଆଇଡି ବିସ୍ଫୋରଣ । ଆଇଡି ବିସ୍ଫୋରଣରେ ୩ ଯବାନ ସହିଦ ହୋଇଥିବା ବେଳେ ୪ରୁ ଅଧିକ ଯବାନ ଆହତ ହୋଇଛନ୍ତି । ଆହତଙ୍କୁ ହେଲିକପ୍ଟର ଯୋଗେ ରାଞ୍ଚି ପଠାଯାଇଛି । ଆଜି ସକାଳ ୯ଟାରେ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି । ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଏହି ବିସ୍ଫୋରଣ ଘଟିଛି । ଟୋକଲୋ ଥାନା ଲାଞ୍ଜି ଗାଁ ନିକଟରେ ବିସ୍ଫୋରଣ ଘଟିଥିବା ଜଣାପଡିଛି । ବିସ୍ଫୋରଣ ପରେ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।

Get real time updates directly on you device, subscribe now.