fbpx

ବଦଳିଲେ ୩ ଥାନାବାବୁ

ପୁରୀ, ୨୪ା୧ (ଓଡିଶା ଭାସ୍କର): ପୁରୀ ଜିଲ୍ଲାରେ ୩ ଜଣ ଥାନାବାବୁଙ୍କୁ ବଦଳି କରାଯାଇଛି । ଜିଲ୍ଲାର ୩ ଜଣ ଆଇଆଇସିଙ୍କୁ ଏସପି କନୱର ବିଶାଲ ସିଂ ପରିବର୍ତ୍ତନ ନିର୍ଦ୍ଦେଶ ଦେଇଛନ୍ତି ।

ପୁରୀ ଟାଉନ ଥାନା ଆଇଆଇସି ଉପନ୍ଦ୍ରେ ପ୍ରଧାନଙ୍କୁ ଗୋପ ଥାନାକୁ ବଦଳି କରାଯାଇଛି । ସେହିପରି ଟ୍ରାଫିକି ଆଇଆଇସି ଗୋକୁଳାନନ୍ଦ ପ୍ରଧାନଙ୍କୁ ଟାଉନ ଥାନାକୁ ଓ ଗୋପ ଥାନା ଆଇଆଇସି ସୁଧୀର ସାହୁଙ୍କୁ ପୁରୀ ଟ୍ରାଫିକ ଥାନାକୁ ବଦଳି କରାଯାଇଛି । ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଏସପି ଶ୍ରୀ ସିଂ ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, ଏକ ସପ୍ତାହ ପୂର୍ବରୁ ପୁରୀ ଜିଲ୍ଲାର ଜଣେ ମହିଳା ଏସଆଇ ଓ ଜଣେ ଏଏସଆଇଙ୍କୁ ଏସପି ନିଲମ୍ବିତ କରିଥିଲେ । ମହିଳା ଏସଆଇ ଜଣକ ଜୁଆ ଆଡ୍ଡାରେ ଚଢ଼ାଉ କରି ଅଭିଯୁକ୍ତଙ୍କୁ ଛାଡ଼ି ଦେଇଥିବା ବେଳେ ଏଏସଆଇ ଜଣେ ବ୍ୟବସାୟୀଙ୍କ ଠାରୁ ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗ ହୋଇଥିଲା । ତେଣୁ ଜିଲ୍ଲାରେ ପୋଲିସ ବିଭାଗକୁ ଶୃଙ୍ଖଳିତ କରିବା ଉଦ୍ଦେଶ୍ୟରେ ଏସପପି ଏହି ପଦକ୍ଷେପ ନେଇଥିବା ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.