BIG BREAKING: ଏପ୍ରିଲ୍ ୧୬ ତାରିଖରୁ ଆରମ୍ଭ +୩ ନାମଲେଖା ପ୍ରକ୍ରିୟା

୧୬ ତାରିଖରୁ +୩ ନାମଲେଖା ପ୍ରକ୍ରିୟା

ଭୁବନେଶ୍ୱର: +୩ ନାମଲେଖାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଏପ୍ରିଲ୍ ୧୬ ଅର୍ଥାତ ବୁଧବାରଠାରୁ ଆରମ୍ଭ ହେବ +୩ ନାମଲେଖା ପ୍ରକ୍ରିୟା। କମନ୍ ଆପ୍ଲିକେସନ ଫର୍ମରେ ଛାତ୍ରଛାତ୍ରୀ କରିବେ ଆବେଦନ।

ସାମସ୍ ପୋର୍ଟାଲ ମାଧ୍ୟମରେ ଛାତ୍ରଛାତ୍ରୀ କରିବେ ଆବେଦନ। ଜୁଲାଇ ୧୦ ତାରିଖରୁ ପାଠପଢା ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏପର୍ଯ୍ୟନ୍ତ +୨ ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇନି, କିନ୍ତୁ ଏହା ପୂର୍ବରୁ +୩ ପଢିବାକୁ ଇଚ୍ଛୁକ ଥିବା ଛାତ୍ରଛାତ୍ରୀ ସାମସ୍ ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ।