fbpx

ବନ୍ୟା ଆସିଲେ ଅଧିକାରୀଙ୍କୁ ମିଳିବ ଫାଶୀ, କିମ ଜୋଙ୍ଗଙ୍କ ନୂଆ ନିୟମ

ନୂଆଦିଲ୍ଲୀ: ନର୍ଥ କୋରିଆ କିଙ୍ଗ କିମ ଜୋଙ୍ଗ ସର୍ବଦା ତାଙ୍କ କାମକୁ ନେଇ ଚର୍ଚ୍ଚାରେ । ଏବେ ନିଜର ୩୦ ଅଧିକାରୀଙ୍କୁ ଏକକାଳୀନ ଫାଶୀ ଦଣ୍ଡ ଦେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି କିମ୍ । ଦେଶରେ ବନ୍ୟା ସ୍ଥିତି ରୋକିବାରେ ଅଧିକାରୀ ବିଫଳ ହୋଇଥିବାକୁ ନେଇ ଏମିତି କଠୋର ଦଣ୍ଡ ଦେଇଛନ୍ତି କିମ । ନର୍ଥ କୋରିଆ ପ୍ରାୟତଃ ସବୁ ସମୟରେ କୌଣସି ନା କୌଣସି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥାଏ । ତେବେ ନିକଟରେ ଦେଶରେ ବନ୍ୟା ଆସିଥିଲା । ଏହି ସ୍ଥିତି ରୋକିବାରେ ଅଧିକାରୀ ବିଫଳ ହୋଇଥିବାରୁ ୩୦ ଅଧିକାରୀଙ୍କୁ କିମ ଫାଶୀ ଦଣ୍ଡ ଶୁଣାଇଛନ୍ତି ।
ନର୍ଥ କୋରିଆରେ ଜୁଲାଇ ମାସରେ ଏକ ଭୟଙ୍କର ବନ୍ୟା ଆସିଥିଲା । ଏହି ବନ୍ୟାରେ ୪ହଜାର ଲୋକଙ୍କ ଜୀବନ ହାନୀ ଘଟିଥିଲା ଓ ବହୁ ବପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଦେଶ । ଏହି ପ୍ରାକୃତିକ ବିପର୍ଯ୍ୟୟ ପରେ ସେଠାକାର ଶାସକ କ୍ଷୁବ୍ଧ ହୋଇଥିଲେ । ବନ୍ୟା ରୋକିବାରେ ବିଫଳତାକୁ ସଂଗୀନ ଅପରାଧ କହି କିମ ୩୦ ଅଧିକାରୀଙ୍କୁ ଜେଲରେ ଭର୍ତ୍ତି କଲେ ନାହିଁ କି ଜରିମାନା ମଧ୍ୟ କଲେନି । ସିଧା ସେମାନଙ୍କୁ ଫାଶୀ ଖୁଣ୍ଟରେ ଲଟକାଇଦେଲେ ।
ଦକ୍ଷିଣ କୋରିଆ ମିଡିଆ ରିପୋର୍ଟ ଅନୁଯାୟୀ, ଉତ୍ତର କୋରିଆରେ ବନ୍ୟା ସ୍ଥିତି ରୋକିବାରେ ଯେଉଁ ଅଧିକାରୀ ସମର୍ଥ ଥାଇ ମଧ୍ୟ ପଦକ୍ଷେପ ନେଇ ନଥିଲେ ସେମାନଙ୍କ ବିରୋଧରେ ଏହିପରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଆଗକୁ ମଧ୍ୟ ଏହି ପ୍ରକ୍ରିୟା ଜାରି ରହିବ ବୋଲି ଉତ୍ତର କୋରିଆର ଅଧିକାରୀ କହିଥିବା ମିଡିଆ ରିପୋର୍ଟ କରିଛି ।

Get real time updates directly on you device, subscribe now.