fbpx

ହାଟରେ ଅଗ୍ନିକାଣ୍ଡ: ଜଳିଗଲା ୩୦ ଦୋକାନ

ଜଗତସିଂହପୁର, ୬ା୧୨ (ଓଡିଶା ଭାସ୍କର): ଜଗତସିଂହପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ସୋମନାଥ ହାଟରେ ଆଜି ଏକ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ସୂଚନା ଅନୁସାରେ, ୩୦ରୁ ଅଧିକ ଦୋକାନ ଘର ଏହି ଅଗ୍ନିକାଣ୍ଡରେ ଜଳିଯାଇଥିବା ଜଣାପଡ଼ିଛି । ଘବର ପାଇ ସ୍ଥାନୀୟ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି । ଜଳିଯାଇଥିବା ଦୋକାନ ଘରଗୁଡ଼ିକ ଚାଳ ଘର ହୋଇଥିବାରୁ ନିଆଁ ଚାରିଆଡ଼େ ବ୍ୟାପିଯାଇଥିଲା । ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । ଆଜି ହାଟ ବାର ଥିବାରୁ ଗୋଟିଏ ବଡ଼ଧରଣର ବିପଦ ଟଳିଯାଇଥିବା କୁହାଯାଇଛି ।

Get real time updates directly on you device, subscribe now.