ଭୁବନେଶ୍ୱର: ଅଗ୍ନିଶମ ବିଭାଗରେ ଖାଲି ୩୦୦ ପଦବୀ ଡିସେମ୍ବର ସୁଦ୍ଧା ପୂରଣ ହେବ। ଅଗ୍ନିଯୋଦ୍ଧା ପ୍ରଶିକ୍ଷାର୍ଥୀଙ୍କ ଦୀକ୍ଷାନ୍ତ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଅଗ୍ନିଶମ ବିଭାଗ ପକ୍ଷରୁ ୯୧୧ ଅଗ୍ନିଯୋଦ୍ଧା ପଦବୀ ପୂରଣ ହୋଇଛି।
ସେ ଆହୁରି କହିଛନ୍ତି ଯେ, ଦକ୍ଷତା ବୃଦ୍ଧି ପାଇଁ ଓଡ଼ିଶାରେ ଏକ ବିଶ୍ୱସ୍ତରୀୟ ସିମୁଲଟେର ପ୍ରତିଷ୍ଠା କରାଯିବ। ରାମଚଣ୍ଡିରେ ଏକ ଦଳ ଦକ୍ଷତା ଏବଂ ପ୍ରଶିକ୍ଷଣ କେନ୍ଦ୍ର ନିର୍ମାଣ ଜାରି ରହିଛି।
କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ ନିଯୁକ୍ତି ହେବେ ୧୮୪୦ ନୂଆ ଡାକ୍ତର। ଡାକ୍ତରଙ୍କ ସମେତ ୫ ହଜାରରୁ ଅଧିକ ପାରା ମେଡିକାଲ ଷ୍ଟାଫଙ୍କୁ ମଧ୍ୟ ମିଳିବ ଚାକିରି। ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ବୋଲି ସୂଚନା ମିଳିଥିଲା।
ମେଡିକାଲ କଲେଜର ପ୍ରଫେସର ପଦବୀ ମଧ୍ୟ ପୂରା କରାଯିବାକୁ ମୋହନ ମାଝୀ ନିର୍ଦ୍ଦେଶ ଦେଇଥିବା କୁହାଯାଉଛି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଅଧିକ ଡାକ୍ତର ନିଯୁକ୍ତି ଉପରେ ସରକାର ଗୁରୁତ୍ୱ ଦେଉଥିବା ଜଣାପଡ଼ିଛି ।