ନୂଆଦିଲ୍ଲୀ: ନଡ଼ା ଜଳାଇବା ନେଇ କେନ୍ଦ୍ର ଜରିମାନାକୁ ଦ୍ୱିଗୁଣିତ କରିଛି। ନିଯାଇଥିବା ନିଷ୍ପତ୍ତି ମୁତାବକ, ଦୁଇ ଏକରରୁ କମ ଜମିର କୃଷକମାନେ ୫ ହଜାର ଟଙ୍କା, ୨ରୁ ୫ ଏକର ଜମିର କୃଷକଙ୍କୁ ୧୦ ହଜାର ଟଙ୍କା ଏବଂ ପାଞ୍ଚ ଏକରରୁ ଅଧିକ ଜମି ଥିବା କୃଷକଙ୍କୁ ନଡ଼ା ଜଳାଇବା ଉପରେ ୩୦ ହଜାର ଟଙ୍କା ଜରିମାନା ଦେବାକୁ ପଡିବ। ଗତ ମାସର ଶେଷରେ ସୁପ୍ରିମକୋର୍ଟ ମଧ୍ୟ ନଡ଼ା ଜଳାଇବାରେ ପ୍ରଭାବିତ ରାଜ୍ୟ ସରକାରମାନଙ୍କୁ କମ ଜରିମାନା ପାଇଁ ନିଷ୍ପତ୍ତି ନେଇଥିଲେ। ଏହାପରେ କେନ୍ଦ୍ର ଜରିମାନା ରାଶିକୁ ବଢାଇଛି।
କେନ୍ଦ୍ର ସରକାର ନଡ଼ା ଜାଳିବାକୁ ନେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏନେଇ କେନ୍ଦ୍ର ସରକାର ଜରିମାନା ରାଶିକୁ ଦ୍ୱିଗୁଣା ବୃଦ୍ଧି କରିଛନ୍ତି। ନୂଆ ନିୟମ ଅନୁସାରେ, ବର୍ତ୍ତମାନ ଦୁଇ ଏକରରୁ କମ ଜମିର କୃଷକଙ୍କୁ ନଡ଼ା ଜାଳିବା ନେଇ ୫ ହଜାର ଟଙ୍କାର ଜରିମାନା ଭରିବାକୁ ପଡିବ। ସେହିପରି ୨ରୁ ୫ ଏକର ଜମି କୃଷକଙ୍କୁ ୧୦ ହଜାର ଟଙ୍କା ଏବଂ ପାଞ୍ଚ ଏକରରୁ ଅଧିକ ଜମିର କୃଷକଙ୍କ ଉପରେ ୩୦ ହଜାର ଟଙ୍କା ଜରିମାନା ଲଗାଯିବ।