ନୂଆଦିଲ୍ଲୀ: ତେଲଙ୍ଗାନାର ସଙ୍ଗାରେଡ୍ଡୀ ଜିଲ୍ଲାରୁ ସାମ୍ନାକୁ ଆସିଛି ଛାତିଥରା ଘଟଣା । କିଛୁ ଦୁର୍ବୃତ୍ତ 31ଟି କୁକୁରଙ୍କୁ ଏକାସାଙ୍ଗରେ ଗୋଟିଏ ବିରାଟକାୟ ବ୍ରିଜ ଉପରେ ଛିଡ଼ା ହୋଇ ତଳକୁ ଫିଙ୍ଗି ଦେଇଛନ୍ତି । ଫଳରେ ସେଥିରୁ 20ଟି କୁକୁରର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଛି ।
ଅନ୍ୟ କୁକୁରମାନେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଗତ 4 ତାରିଖରେ ଏଭଳି ଅଭାବନୀୟ ଘଟଣା ଘଟିଥିବା କଥା କୁହାଯାଉଛି । ଏହି ଘଟଣା ବର୍ତ୍ତମାନ ଜିଲ୍ଲାରେ ଚିନ୍ତାର କାରଣ ସାଜିଛି । ଏନେଇ ଏକ ସାମାଜିକ ଅନୁଷ୍ଠାନ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି ।
ତେବେ କିଏ ଏବଂ କାହିଁକି ଏଭଳି କୁକୁର ଗଣହତ୍ୟା କରିଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ଇନ୍ଦ୍ରକରଣ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ 20ଟି କୁକୁରର ନମୁନାକୁ ଏଫଏସଏଲକୁ ପଠାଯାଇଛି । କେଉଁ ଅବସ୍ଥାରେ ତାଙ୍କର ମୃତ୍ୟୁ ହେଲା ତଦନ୍ତ କରୁଛି ପୋଲିସ । ଆହତ କୁକୁରଙ୍କ ଚିକିତ୍ସା ବର୍ତ୍ତମାନ ଜାରି ରହିଛି ।
ତେବେ ଏଭଳି କୁକୁର ଗଣହତ୍ୟା କିଏ କରିପାରିଲା ତାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।