fbpx

ପୁଣି ମାଡ଼ିଲା ସଂକ୍ରମଣ: ୨୪ ଘଣ୍ଟାରେ ୩ ହଜାରରୁ ଅଧିକ ମାମଲା ଚିହ୍ନଟ, ୩୧ ମୃତ

ନୂଆଦିଲ୍ଲୀ: ଭାରତରେ ଗୋଟିଏ ଦିନରେ କୋଭିଡ ମାମଲା ପୁଣି ବଢ଼ିଯାଇଛି । ମଙ୍ଗଳବାର ଦିନ ୨୫୬୮ ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ଆଜି ପୁଣି ସଂକ୍ରମଣ ମାମଲା ୩ ହଜାର ପାର୍ କରିଛି । ଦେଶରେ ଗତ ୨୪ ଘଣ୍ଟାରେ ୩୨୦୫ ନୂଆ ମାମଲା ସାମ୍ନାକୁ ଆସିଛି ।

ଚିକିତ୍ସାଧୀନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୧୯,୫୦୯କୁ ବୃଦ୍ଧି ପାଇଛି । ଏହା ସହ ୩୧ ଜଣଙ୍କର ମୃତ୍ୟୁ ହୋଇଛି । ୨୪ ଘଣ୍ଟାରେ ୨ ହଜାର ୮୦୨ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଦେଶରେ ବର୍ତ୍ତମାନ ସୁଦ୍ଧା ୧୮୯ କୋଟି ୪୮ ଲକ୍ଷରୁ ଅଧିକ ଡୋଜ୍ ଦିଆଗଲାଣି ।

ଏହା ସହ ମୋଟ ୪,୨୫,୪୪,୬୮୯ ଲୋକ ସୁସ୍ଥ ହୋଇଛନ୍ତି । ଗତ ୨ ଦିନ ହେବ କରୋନା ସଂକ୍ରମଣ କମିଥିବା ବେଳେ ଆଜି ପୁଣି ମାମଲା ବଢ଼ିଯାଇଛି । ରାଜଧାନୀ ଦିଲ୍ଲୀରେ ମଙ୍ଗଳବାର ଦିନ କରୋନାର ୧୪୧୪ ମାମଲା ସାମ୍ନାକୁ ଆସିଥିଲା, ଯାହାକି ପୂର୍ବ ଦିନ ତୁଳନାରେ ପ୍ରାୟ ୩୧ ପ୍ରତିଶତ ଅଧିକ ।

Get real time updates directly on you device, subscribe now.