fbpx

ଟିକସ ବଂଟନ ଅତିରିକ୍ତ କିସ୍ତି ବାବଦରେ ଓଡିଶାକୁ ୩୩୦୩. ୬୯ କୋଟି ଟଙ୍କା, ଜାଣନ୍ତୁ ଅନ୍ୟ ରାଜ୍ୟ ପାଇଁ କେତେ ?

ନୂଆଦିଲ୍ଲୀ : ରାଜ୍ୟ ଗୁଡ଼ିକୁ ଟିକସ ବଂଟନ ଅତିରିକ୍ତ କିସ୍ତି ବାବଦରେ କେନ୍ଦ୍ର ସରକାର ୭୨,୯୬୧.୨୧ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଆଜି ପ୍ରଦାନ କରାଯାଇଥିବା କିସ୍ତି ୧୦ ଜାନୁଆରୀ ୨୦୨୪ରେ ରାଜ୍ୟ ମାନଙ୍କୁ ବକେୟା ଟିକସ ବଣ୍ଟନ ଏବଂ ୧୧ ଡିସେମ୍ବର ୨୦୨୩ରେ ପ୍ରଦାନ କରାଯାଇଥିବା ୭୨,୯୬୧.୨୧ କୋଟି ଟଙ୍କାର କିସ୍ତି ଅତିରିକ୍ତ ଅଟେ ।

ପୋଷ୍ଟ ହୋଇଛି : ୨୨ ଡିସେମ୍ବର ୨୦୨୩ , ଅପରାହ୍ନ ୧:୨୪, ପିଆଇବି, ଦିଲ୍ଲୀ ।

ଆଗାମୀ ପର୍ବପର୍ବାଣୀ ଓ ନୂଆ ବର୍ଷକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବିଭିନ୍ନ ସାମାଜିକ କଲ୍ୟାଣମୂଳକ ପଦକ୍ଷେପ ଓ ଭିତ୍ତିଭୂମି ବିକାଶ ଯୋଜନା ପାଇଁ ଆର୍ଥିକ ସହାୟତା ପ୍ରଦାନ କରି ରାଜ୍ୟ ସରକାର ମାନଙ୍କ ହାତକୁ ସୁଦୃଢ଼ କରିବା ନିମନ୍ତେ ୭୨,୯୬୧.୨୧ କୋଟି ଟଙ୍କାର ଅତିରିକ୍ତ ଟିକସ ବଣ୍ଟନର କିସ୍ତି ପ୍ରଦାନ କରିବାକୁ ଅନୁମତି ଦେଇଛନ୍ତି । ଓଡିଶାକୁ ୩୩୦୩. ୬୯ କୋଟି ଟଙ୍କା ପ୍ରଦାନ କରାଯାଇଛି ।

ଏହି କିସ୍ତି ୧୦ ଜାନୁଆରୀ ୨୦୨୪ରେ ରାଜ୍ୟ ମାନଙ୍କୁ ବକେୟା ଟିକସ ବଣ୍ଟନ କିସ୍ତି ଏବଂ ୧୧ ଡିସେମ୍ବର ୨୦୨୩ରେ ପ୍ରଦାନ କରାଯାଇଥିବା ୭୨,୯୬୧.୨୧ କୋଟି ଟଙ୍କାର କିସ୍ତି ଅତିରିକ୍ତ ଅଟେ ।

ଜାରି ହୋଇଥିବା ରାଶିର ରାଜ୍ୟଭିତ୍ତିକ ବିବରଣୀ ନିମ୍ନରେ ପ୍ରଦାନ କରାଯାଇଛି …

Get real time updates directly on you device, subscribe now.