fbpx

OPTCLରେ ୩୩୩ଟି ପଦବୀ ଖାଲି, ପ୍ରକାଶ ପାଇଲା ବିଜ୍ଞପ୍ତି

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଓଡ଼ିଶା ପାୱାର ଟ୍ରାନ୍ସମିସନ କର୍ପୋରେସନ ଲିମିଟେଡ (ଓପିଟିସିଏଲ) ପକ୍ଷରୁ ୩୩୩ଟି ପଦ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ଜୁନିୟର ମ୍ୟାନେଜମେଣ୍ଟ ଟ୍ରେନି, ଅଫିସ ଆସିଷ୍ଟାଣ୍ଟ ଗ୍ରେଡ-୩ ଟ୍ରେନିଂ, ଷ୍ଟେନୋଗ୍ରାଫର ଗ୍ରେଡ-୩ ଟ୍ରେନି ଓ ଜୁନିୟର ମେଣ୍ଟେନାନ୍ସ ଆଣ୍ଡ ଅପରେଟର ଟ୍ରେନି ଭାବେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ଅନଲାଇନ୍ ଆବେଦନର ଆରମ୍ଭ ତାରିଖ ଓ ଅନ୍ତିମ ତାରିଖ ପରେ ସୂଚିତ କରାଯିବ । ଏଥିସହିତ ପ୍ରାର୍ଥୀଙ୍କ ବୟସ ଯୋଗ୍ୟତା ସମ୍ବନ୍ଧୀୟ ତଥ୍ୟ ମଧ୍ୟ ପରେ ପ୍ରକାଶ ପାଇବ । ଜୁନିୟର ମ୍ୟାନେଜମେଣ୍ଟ ଟ୍ରେନି ପାଇଁ ୭୦ଟି ପଦବୀ, ଅଫିସ ଆସିଷ୍ଟାଣ୍ଟ ଗ୍ରେଡ-୩ ଟ୍ରେନିଂ ପାଇଁ ୫୩ଟି ପଦବୀ, ଷ୍ଟେନୋଗ୍ରାଫର ଗ୍ରେଡ-୩ ଟ୍ରେନି ପାଇଁ ୧୦ଟି ପଦବୀ ଓ ଜୁନିୟର ମେଣ୍ଟେନାନ୍ସ ଆଣ୍ଡ ଅପରେଟର ଟ୍ରେନି ପାଇଁ ୨୦୦ଟି ପଦବୀ ଖାଲି ରହିଛି ।

ଅନଲାଇନ୍ ଆବେଦନ ଲିଙ୍କ: Available Soon

ନୋଟିଫିକେସନ ଲିଙ୍କ:

ଅଫିସ ୱେବସାଇଟ୍ ଲିଙ୍କ: https://www.optcl.co.in/Home.aspx

Get real time updates directly on you device, subscribe now.