fbpx

କରୋନାକୁ ହରାଇଲା ୩୬ ଦିନର ଶିଶୁ

ମହାରାଷ୍ଟ୍ରରେ କେବଳ ୩୬ ଦିନର ଶିଶୁ କରୋନା ବିରୋଧ ଯୁଦ୍ଧରେ ବାଜିମାର୍ କରିଛି । କିଛିଦିନ ପୂର୍ବରୁ ହିଁ ଶିଶୁଟି କରୋନା ଭାଇରସରେ ସଂକ୍ରମିତ ହୋଇଥିଲା । କିନ୍ତୁ ବର୍ତ୍ତମାନ ସମୟରେ ଶିଶୁଟି କରୋନାକୁ ହରାଇ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛି । ଏହି ସମୟରେ ଶିଶୁଟିର ସାହସକୁ ଦେଖି ଡାକ୍ତରଖାନା କର୍ମଚାରୀମାନେ ଜୋରରେ କରତାଳି ଦେଇଥିଲେ । ଏଭଳି ଘଟଣା ମୁମ୍ବାଇର ସିଓନ ମେଡିକାଲରୁ ସାମନାକୁ ଆସିଛି ।

ଏହି ଭିଡିଓକୁ ଖୋଦ୍ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି । ମହାରାଷ୍ଟ୍ରରେ କରୋନା ଯୁଦ୍ଧ ପାଇଁ ବୟସ ଗୁରୁତ୍ୱ ନୁହେଁ ବୋଲି ଏଥିରେ ସେ ଲେଖିଛନ୍ତି ।

Get real time updates directly on you device, subscribe now.