fbpx

(video)ଅଦ୍ଭୁତ, ଅଭିନବ: ୩୭୦୦୦ ମହିଳା ଏକତ୍ର ରଚିଲେ ମହାରାସର ଇତିହାସ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଭଗବାନ ଶ୍ରୀକୃଷ୍ଣଙ୍କ ଭକ୍ତିରେ ଦ୍ୱାରକାରେ ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାହା ସମସ୍ତଙ୍କ ମନ ମୋହି ନେଇଛି । ଗୁଜରାଟର ପ୍ରସିଦ୍ଧ ତୀର୍ଥସ୍ଥଳ ଦ୍ୱାରକାରେ ୩୭,୦୦୦ରୁ ଅଧିକ ଯାଦବ ସମୁଦାୟ ମହିଳା ଏକତ୍ର ହୋଇ ଏହି ମହାରାସର ଆୟୋଜନ କରିଛନ୍ତି । ଆଜି ପର୍ଯ୍ୟନ୍ତ କେଉଁଠି ବି ଏତେବଡ ମହାରାସର ଆୟୋଜନ ହୋଇନାହିଁ । ଏହି ମହାରାସ ନିଜ ଆକାର ସହ ଭକ୍ତି ଓ ସମର୍ପଣ ଭାବକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଛି । ଏବେ ଏହି ଭବ୍ୟ ଆୟୋଜନର ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍ ହେବାରେ ଲାଗିଛି । ଏହି ଭିଡିଓକୁ ଡ୍ରୋନ୍ କ୍ୟାମେରା ଜରିଆରେ ଶୁଟିଂ କରାଯାଇଛି ।

ଏହି କାର୍ଯ୍ୟକ୍ରମର ଆୟୋଜନ ଅଖିଳ ଭାରତୀୟ ଯାଦବ ସମାଜ ଓ ଅହିରାଣୀ ମହିଳା ମଣ୍ଡଳ ପକ୍ଷରୁ କରାଯାଇଥିଲା ଯେଉଁଥିରେ ୩୭,୦୦୦ମହିଳା ସାମିଲ ହୋଇଥିଲେ । ଆୟୋଜନସ୍ଥଳକୁ ନନ୍ଦଧାମ ପରିସର ବୋଲି ନାମକରଣ କରାଯାଇଛି । ଏହି ମହାରାସର ଉଦ୍ଦେଶ୍ୟ ସାମାଜିକ ସଦଭାବନା ଓ ମହିଳା ସଶକ୍ତିକରଣର ସନ୍ଦେଶ ପ୍ରଦାନ କରିବା ।

Get real time updates directly on you device, subscribe now.