fbpx

ନିଜଠୁ ଅଧିକ ବୟସ ବ୍ୟକ୍ତିଙ୍କୁ ବିବାହ କଲେ ମିଳିଥାଏ ୪ ପ୍ରକାର ଫାଇଦା

କୁହାଯାଏ ଯେ ବୟ ହେଉଛି ଏକ କେବଳ ଏକ ସଂଖ୍ୟା। ଜଣେ ବୟସ୍କଙ୍କୁ ବିବାହ କଲେ ଜି ଆପଣଙ୍କଠାରୁ ୧୦ରୁ ୧୫ ବର୍ଷ ଅଧିକ ବୟସ୍କ ଏହା ସାମାନ୍ୟ ଆଶ୍ଚର୍ଯ୍ୟକର ହୋଇପାରେ, କିନ୍ତୁ ଏହା ଆଦୌ ଭୁଲ ନିଷ୍ପତି ନୁହେଁ। କାରଣ ତାଙ୍କ ଜୀବନ ସେମାନଙ୍କର ନିୟନ୍ତ୍ରଣରେ ଥାଏ। ସେମାନେ ସଫଳ ମଧ୍ୟ, ଖୋଲା ମନ ଏବଂ ସ୍ଥିର ଅଟନ୍ତି। ଜଣେ ବୟସ୍କ ବ୍ୟକ୍ତିଙ୍କୁ ବିବାହ କରିବା ତାଙ୍କର ସୁବିଧାଗୁଡ଼ିକର ଅଂଶ ମଧ୍ୟ ଆପଣ ହୋଇପାରନ୍ତି।

ଏହି ପ୍ରକାର କମ୍ବିନେସନ୍ ଭଲ ବୈବାହିକ ସମ୍ପର୍କର ଲକ୍ଷଣ । ଆଜି ଆମେ ଆପଣଙ୍କୁ ଏହାର ଫାଇଦା ସମ୍ପର୍କରେ ପ୍ରକାଶ କରୁଛୁ।

୧. ଇନ୍‌ସିକ୍ୟୁରିଟି ହୁଏନି: କମ୍ ବୟସର ଯୁବକଙ୍କଠାରେ ଅନେକ ସମୟରେ ନିଜ ପରିଚୟ, ପ୍ରତିଷ୍ଠା ସହ ଯୁବତୀଙ୍କୁ ନେଇ ଇନ୍‌ସିକ୍ୟୁରିଟି ରହିଥାଏ । ଅନେକ କ୍ଷେତ୍ରରେ ସେମାନେ ଅଧିକ ମାଚ୍ୟୁଅର ହୋଇ ନଥାନ୍ତି । ଫଳରେ ସେମାନେ ଅଧିକାଂଶ ସମୟରେ ନିଜ ମହିଳା ପାର୍ଟନରଙ୍କ ଉପରେ ସନ୍ଦେହ ମଧ୍ୟ କରିଥାନ୍ତି । କିନ୍ତୁ ଯୁବତୀଙ୍କଠାରୁ ଅଧିକ ବୟସର ପୁରୁଷଙ୍କଠାରେ ପ୍ରାୟତଃ ଏପରି ସମସ୍ୟା ଦେଖାଯାଇ ନଥାଏ । ସେମାନେ ଅନେକ ବୁଦ୍ଧିମାନର ସହ ସବୁ କାମ କରିଥାନ୍ତି ।

୨. ଝଗଡ଼ା କମ୍ ହୁଏ ଏବଂ ମାଚ୍ୟୁରିଟି ଅଧିକ ଦେଖାନ୍ତି: ଅଧିକ ବୟସର ପୁରୁଷ କମ୍ ବୟସର ଯୁବତୀଙ୍କ ତୁଳନାରେ ଅଧିକ ମାଚ୍ୟୁଅର । ସେ ନିଜ ଲାଇଫ୍ ପାର୍ଟନରଙ୍କ ସମସ୍ତ ପସନ୍ଦ ନାପସନ୍ଦ ଭଲ ଭାବେ ବୁଝିଥାନ୍ତି । ନିଜ ସହଧର୍ମୀଣିଙ୍କ ଛୋଟ ଛୋଟ ଭୁଲ୍‌କୁ ନେଇ ଅଧିକ କ୍ରୋଧିତ ହୋଇ ନଥାନ୍ତି । ଏହାଫଳରେ ପରସ୍ପର ମଧ୍ୟରେ ଝଗଡ଼ା ମଧ୍ୟ କମ୍ ହୋଇଥାଏ।

୩. ଚେହେରା ଅଧିକ ପ୍ରଭାବ ପକାଇ ନଥାଏ: ଅଧିକ ବୟସର ପୁରୁଷ ନିଜ ସହଧର୍ମୀଣିଙ୍କ ଚେହେରାକୁ ନେଇ ଅଧିକ ଚିନ୍ତା କରନ୍ତି ନାହିଁ, ଅନେକ କ୍ଷେତ୍ରରେ ସେମାନେ ହୃଦୟର ସହ ଭଲ ପାଇଥାନ୍ତି ଏବଂ ନିଜ ପାର୍ଟନରଙ୍କ ବ୍ୟବହାର ଓ ଅଣ୍ଡରଷ୍ଟାଣ୍ଡିଂକୁ ଅନୁଧ୍ୟାନ କରିଥାନ୍ତି । କିନ୍ତୁ କମ୍ ବୟସର ଯୁବକ ନିଜ ସହଧର୍ମୀଣିଙ୍କ ଚେହେରା ପ୍ରତି ଆକର୍ଷିତ ହୋଇଥାନ୍ତି।

୪. ଟଙ୍କା ମ୍ୟାନେଜମେଣ୍ଟ: ଘରର ଆର୍ଥୀକ ସ୍ଥିତିକୁ କିପରି ସ୍ଥିତର ରଖାଯିବ ତାହା ବୟସରେ ବଡ଼ ସ୍ୱାମୀ ଠିକ୍ ଭାବେ ବୁଝିପାରନ୍ତି । ଅନେକ କ୍ଷେତ୍ରରେ ସେମାନେ ଅଧିକ ଖର୍ଚ୍ଚାନ୍ତ ସ୍ୱାଭାବର ହୋଇ ନଥାନ୍ତି । ସେମାନଙ୍କୁ ଟଙ୍କାର ଆବଶ୍ୟକତା ସମ୍ପର୍କରେ ଠିକ୍ ଭାବେ ଜ୍ଞାନ ଥାଏ । ଫଳରେ ସେମାନେ ଟଙ୍କାର ଠିକ୍ ଭାବେ ମ୍ୟାନେଜମେଣ୍ଟ କରିପାରି ଥାନ୍ତି । ସେମାନେ ଅଧିକାଂଶ ସମୟରେ ଆଜେବାଜେ ଖର୍ଚ୍ଚ କରି ନଥାନ୍ତି । ଅନେକ କ୍ଷେତ୍ରରେ କମ୍ ବୟସର ପୁରୁଷ ଅଧିକ ଖର୍ଚ୍ଚ କରିବା ଫଳରେ ଘରର ଆର୍ଥୀକ ସ୍ଥିତି ଖରାପ ହୋଇଥାଏ ।

Get real time updates directly on you device, subscribe now.