fbpx

ସମଗ୍ର ଦେଶରେ ଆରମ୍ଭ ହେଲା ୪ ଦିନିଆ ଟିକା ଉତ୍ସବ: ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ୪ ସୂତ୍ରୀ ପରାମର୍ଶ

ନୂଆଦିଲ୍ଲୀ, ୧୧ା୪ (ଓଡିଶା ଭାସ୍କର): ଆଜିଠାରୁ ଦେଶବ୍ୟାପୀ ଆରମ୍ଭ ହୋଇଛି ୪ ଦିନିଆ ଟିକା ଉତ୍ସବ । ଏହି ଟିକା ଉତ୍ସବ ଆଜିଠାରୁ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ୪ ସୂତ୍ରୀ ପରାମର୍ଶ ଦେଇଛନ୍ତି । ବିଶ୍ୱର ସର୍ବବୃହତ ଟିକାକରଣ ଅଭିଯାନ ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପରାମର୍ଶ ବେଶ ଗୁରୁତ୍ୱ ବହନ କରୁଛି । ଯୋଗ୍ୟ ବ୍ୟକ୍ତିଙ୍କୁ ଟିକା ନେବାରେ ସାହାଯ୍ୟ କରିବା, କୋଭିଡ୍ ଚିକିତ୍ସାରେ ଲୋକଙ୍କୁ ସାହାଯ୍ୟ କରିବା, ମାସ୍କ ପିନ୍ଧିବା ସହ ଅନ୍ୟମାନଙ୍କୁ ଏଥିପାଇଁ ଉତ୍ସାହିତ କରିବା, ପଜିଟିଭ୍ ଚିହ୍ନଟ ହେଲେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ କରିବା ପାଇଁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏଥିସହ ଜନସାଧାରଣଙ୍କୁ ଆବଶ୍ୟକ ମାତ୍ରାରେ ଟିକା ଦେବାକୁ ଅନୁରୋଧ କରିବା ସହ ଟିକା ନଷ୍ଟ ନ କରିବାକୁ ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.