ଶୀତଦିନେ ଖରା ନ ମିଳୁନଥିଲେ, ଖାଆନ୍ତୁ ଏହି ୪ଟି ଜିନିଷ, Vitamin Dର ରହିବନି ଅଭାବ

ଓଡ଼ିଶା ଭାସ୍କର: ସାଧାରଣତଃ ଶୀତଦିନେ ଖରା କମ ହୋଇଥାଏ । ଏଥିପାଇଁ Vitamin D ଶରୀରକୁ ଆବଶ୍ୟକ ମୁତାବକ ମିଳିନଥାଏ । କିନ୍ତୁ ଏପରି କିଛି ଖାଦ୍ୟ ପାଦର୍ଥ ଅଛି ଯାହା ଏହି ପୋଷକ ତତ୍ତ୍ୱକୁ ପୂରଣ କରିଥାଏ । ଏହି ଖାଦ୍ୟ ମଧ୍ୟରୁ ଯେପରିକି ମାଛ, ଅଣ୍ଟା ଏବଂ ଫୋର୍ଟିଫାଏଡ ଫୁଡ । ଶୀତଦିନେ ଅପଣଙ୍କୁ ତଳେ ଦିଆଯାଇଥିବା ଖାଦ୍ୟକୁ ସେବନ କରିବା ଆବଶ୍ୟକ ।

କିଛି ସିରିୟଲ୍ସରେ Vitamin D ମିଳିଥାଏ, ଯାହାକୁ ଜଳଖିଆରେ ଖିଆଯାଇଥାଏ । ଏଥିରେ ଆପଣଙ୍କ ହାଡ଼ ମଜୁବୁତ ହେବା ସହ ପୋଷଣ ଦେଇଥାଏ । ଫୋର୍ଟିଫାଏଡ୍ ସିରିୟଲ୍ସ ଆପଣଙ୍କୁ ଜଳଖିଆରେ Vitamin D ସାମିଲ କରିବାର ଏକ ସହଜ ଉପାୟ ।

ଖରାରେ ରଖାଯାଇଥିବା ମସରୁମ ବା ଛତୁ Vitamin Dର ଅଭାବକୁ ପୂରଣ କରିଥାଏ । ମସରୁମ ସ୍ୱାଭାବିକ ଭାବେ Vitamin D ର ଉତ୍ପାଦନ କରିଥାଏ ।

Vitamin Dର ଅଭାବକୁ ପୂରଣ କରିଥାଏ ଫୋର୍ଟିଫାଏଡ ପ୍ଲାଣ୍ଟର ମିଲ୍କ । ଏହା Vitamin Dର ଏକ ଉତ୍ତମ ଅପସନ୍ । ଏହି ବିକଳ୍ପ ପଶୁ ଉତ୍ପାଦର ସେବନ କରିବା ବିନା ପୋଷକ ତତ୍ତ୍ୱର ସ୍ତରକୁ ବଜାୟ ରଖିବାର ଅନୁମତି ଦେଇଥାଏ । ସୋୟା ମିଲ୍କ, ବାଦାମ ମିଲ୍କ ଏବଂ ଓଟ୍ସ ମିଲ୍କ ଭଳି ଫୋର୍ଟିଫାଏଡ ପ୍ଲାଣ୍ଟ ମିଲ୍କ Vitamin Dର ଏକ ଭଲ ଉତ୍ସ ।

ସାଲମନ, ହେରିଂ ଏବଂ ମାକେରେଲ ଭଳି ତୈଳ ଜାତୀୟ ମାଛ Vitamin D ର ଉକୃଷ୍ଟ ପ୍ରାକୃତିକ ଉତ୍ସ ଅଟେ । ତୈଳ ଜାତୀୟ ମାଛ Vitamin Dର ସବୁଠାରୁ ଉତ୍ତମ ପ୍ରାକୃତିକ ଉତ୍ସ ଅଟେ ।