fbpx

ଗୋଧିକୁ ଗଣବଳାତ୍କାର କରି ୪ ଗିରଫ: ଯୁବକଙ୍କ ଫୋନରୁ ଜବତ ହେଲା ଘଟଣାର ଫୁଲ ଭିଡିଓ

ମୁମ୍ବାଇ: ମହାରାଷ୍ଟ୍ରର ସହ୍ୟଦାରୀ ବ୍ୟାଘ୍ର ପ୍ରକଳ୍ପରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଏକ ଅଦ୍ଭୁତ କାଣ୍ଡ କରି ଗିରଫ ହୋଇଛନ୍ତି ୪ ଜଣ ଯୁବକ । ଏକ ଗୋଧିକୁ ଗଣବଳାତ୍କାର କରିଥିବା ନେଇ ଏହି ଯୁବକମାନଙ୍କ ବିରୋଧରେ ଅଭିଯୋଗ ହୋଇଛି । ଏ ନେଇ ସୂଚନା ପାଇବା ପରେ ଜଙ୍ଗଲ ବିଭାଗ ସେମାନଙ୍କୁ ଗିରଫ କରାଯିବା ସହିତ କୋର୍ଟକୁ ମଧ୍ୟ ପଠାଇ ଦିଆଯିବ ।

ସୂଚନା ଅନୁସାରେ, ବେଙ୍ଗଲ ମନିଟର ଲିଜାର୍ଡ ସହ ଗଣବଳାତ୍କାର ହୋଇଥିବା ନେଇ ଆସିଛି ସାଂଘାତିକ ଅଭିଯୋଗ । ମହାରାଷ୍ଟ୍ରର ସହ୍ୟଦାରୀ ବ୍ୟାଘ୍ର ପ୍ରକଳ୍ପରେ ଏହି ଘଟଣା ଘଟିଯାଇଥିବା ନେଇ ଅଭିଯୋଗ ହୋଇଛି । ତେବେ ଏହାପରେ ଫରେଷ୍ଟ ଡିପାର୍ଟମେଣ୍ଟ ଜଣେ ଅଭିଯୁକ୍ତଙ୍କ ମୋବାଇଲରୁ ଘଟଣାର ଭିଡିଓ ମିଳିବା ପରେ ସେମାନଙ୍କୁ ଗିରଫ କରାଯାଇଛି । ଏହି ଘଟଣା ପରେ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବ । ତେବେ ଏମାନଙ୍କ ବିରୋଧରେ ଆଇନ ଅନୁଯାୟୀ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧିକାରୀଙ୍କ ତରଫରୁ ସୂଚନା ମିଳିଛି ।

Get real time updates directly on you device, subscribe now.