ସମ୍ବଲପୁର: ଉପରମୁଣ୍ଡରେ ଲଗାଣିଆ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଉଛି । ସେଲାଗି ଆଜି ପୁଣି ହୀରାକୁଦ ଡ୍ୟାମ ୪ଟି ଗେଟ ଖୋଲିଛି । ଗତକାଲି ୩ଟି ଗେଟ ଖୋଲିବା ହେତୁ ସମୁଦାୟ ୮ଟି ଗେଟରେ ଜଳ ନିଷ୍କାଷିତ ହେଉଥିଲା । ବର୍ତ୍ତମାନ ଆହୁରି ୪ଟି ଗେଟ ଖୋଲିଯିବା ପରେ ସମୁଦାୟ ୧୨ଟି ଗେଟରେ ଜଳ ନିଷ୍କାଷିତ ହେଉଛି ।
ସୂଚନା ଅନୁଯାୟୀ, ଜଳସ୍ତର ବୃଦ୍ଧି ହେତୁ ରବିବାର ଦିନ ହୀରାକୁଦ ଡ୍ୟାମରେ ୫ଟି ଗେଟ ଖୋଲାଯାଇଥିଲା । ଗତକାଲି ପୁଣି ୩ଟି ଗେଟ ଖୋଲିଥିଲା । ଶେଷରେ ଆଜି ୪ଟି ଗେଟ୍ ଖୋଲାଯାଇଛି । ଏହାକୁ ମିଶାଇ ସମୁଦାୟ ୧୨ଟି ଗେଟରେ ଜଳ ନିଷ୍କାଷିତ ହେଉଛି । ଉପରେ ମୁଣ୍ଡରେ ଲଗାଣିଆ ବର୍ଷା ହେତୁ ପାଣିକୁ ଅଟକାଇବା କଷ୍ଟ ହେଉଥିବାରୁ ଧିରେ ଧିରେ ଗେଟ୍ ଖୋଲାଯାଉଛି ।