କେନ୍ଦ୍ରାପଡ଼ା: ରାଜ୍ୟରେ ଦୁର୍ନୀତି ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି । ଅନେକ ସରକାରୀ ଅଧିକାରୀ ମାନେ ବିଭିନ୍ନ ପ୍ରକାରର କାରନାମା କରି ଧରାପଡୁଛନ୍ତି । ଏହାରି ମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାରୁ ସାମ୍ନାକୁ ଆସିଛି ବଡ଼ ଖବର ।
ସୂଚନା ମୁତାବକ, ୪ ଜଣ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । କାର୍ଯ୍ୟରେ ଅବହେଳା ପାଇଁ ସେମାନଙ୍କୁ ନିଲମ୍ବିତ କରାଯାଇଛି । ଡେରାବିଶ ବ୍ଲକ ଜାଁର ବାରିମୂଳ ପଞ୍ଚାୟତର ମଳୟ ଖୁଣ୍ଟିଆ ନିଲମ୍ବିତ ହୋଇଛନ୍ତି ।
ସେହିପରି ଆଳୀ ବ୍ଲକର ୨ ଜଣ ନିଲମ୍ବିତ ହୋଇଛନ୍ତି । କେତୁଆପାଳ ପଞ୍ଜାୟତର ରମେଶ ସେଠୀ ଓ ଦେସାହି ପଞ୍ଚାୟତର ଦାସ ମୁର୍ମୁ ନିଲମ୍ବିତ ହୋଇଥିବା ଖବର ସାମ୍ନାକୁ ଆସିଛି । ମହାକାଳପଡ଼ା ବ୍ଲକ ଗଡ଼ରୋମିଡର ଅମୂଲ୍ୟରତ୍ନ ନାୟମ ମଧ୍ୟ ନିଲମ୍ବିତ ହୋଇଛନ୍ତି ।