fbpx

ପ୍ରବଳ ବର୍ଷା ଯୋଗୁଁ ଭୁଶୁଡ଼ି ପଡ଼ିଲା ୪ ମହଲା କୋଠା, ଦେଖନ୍ତୁ ଭିଡିଓ…

ଦେଖୁ ଦେଖୁ ଭୁଶୁଡ଼ିପଡ଼ିଲା ୪ ମହଲା କୋଠା । ପ୍ରବଳ ବର୍ଷା ଯୋଗୁଁ ମାଟିରେ ମିଶିଗଲା ୪ ମହଲା କୋଠା । ହିମାଚଳ ପ୍ରଦେଶରେ ବର୍ତ୍ତମାନ ପ୍ରବଳ ବର୍ଷା ଜାରି ରହିଛି । ଏହାରି ମଧ୍ୟରେ ଶିମଲାର ଚୌପାଲ ସହରରେ ଶନିବାର ପ୍ରବଳ ବର୍ଷା ଯୋଗୁଁ ଏକ ଚାରି ମହଲା କୋଠା ଭୁଶୁଡ଼ି ପଡ଼ିଛି । ଅବଶ୍ୟ ଏଥିରେ କେହି ମୃତାହତ ହୋଇନାହାନ୍ତି । ଏହି ବିଲ୍ଡିଂରେ ୟୁକୋ ବ୍ୟାଙ୍କ୍ ର ଏକ ଶାଖା, ଏକ ଢାବା, ଏକ ବାର୍ ଏବଂ କିଛି ଅନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ରହିଥିଲା । ସ୍ଥାନୀୟ ପ୍ରଶାସନ ଏହି ବିଲ୍ଡିଂକୁ ପୂର୍ବରୁ ଖାଲି କରିଥିଲା ।

ସୂଚନା ଅନୂଯାୟୀ, ବିଲ୍ଡିଂର ଗ୍ରାଉଣ୍ଟ ଫ୍ଲୋରରେ ବାର୍ ରେ ବସିଥିବା କିଛି ଲୋକ ହଠାତ୍ ଝରକା କାଚ ଫାଟିବା ଦେଖିଥିଲେ ଯାହାପରେ ବିଲ୍ଡିଂରେ ଥିବା ଲୋକଙ୍କୁ ସତର୍କ କରାଯାଇଥିଲା ଏବଂ ସମସ୍ତଙ୍କୁ ସଙ୍ଗେ ସଙ୍ଗେ ବାହାରକୁ ବାହାରିଯାଇଥିଲେ । ଫଳରେ ସମସ୍ତେ ରକ୍ଷା ପାଇଯାଇଥିଲେ ।

ପାଣିପାଗ ବିଭାଗର ସୂଚନା ଅନୂଯାୟୀ ହିମାଚଳ ପ୍ରଦେଶରେ ୯ ଏବଂ ୧୦ ଜୁଲାଇରେ ଅଧଂକାଶ ସ୍ଥାନରେ ପ୍ରବଳ ବର୍ଷାର ଅନୁମାନ କରିଛି । ପାଣିପାଗ ବିଭାଗ ଏହି ଦୁଇ ଦିନ ପାଇଁ ସିରମୋର, ସୋଲନ, ଶିମଲା, ମଣ୍ଡୀ, କୁଲ୍ଲୂ, ହମୀରପୁର, କାଙ୍ଗଡ଼ା, ବିଲାସପୁର ଜିଲ୍ଲା ପାଇଁ ମଧ୍ୟମରୁ ପ୍ରବଳ ବର୍ଷା ଅନୁମାନ କରିଛି । ଫଳରେ ଏହି ଜିଲ୍ଲା ଗୁଡ଼ିକରେ ବର୍ଷା କାରଣରୁ ଯାତାୟତରେ ବାଧା, ଭୁସ୍ଖଳନ, ନଦୀ ଏବଂ ଜଳାଶୟରେ ଜଳପ୍ରବାହ ବଢ଼ିବା ନେଇ ସତର୍କ କରାଯାଇଛି ।

Get real time updates directly on you device, subscribe now.