fbpx

ଏନକାଉଣ୍ଟରରେ ଟଳିଲେ ୪ ଆତଙ୍କବାଦୀ

ଶ୍ରୀନଗର,୨୧ ।୬: ଦକ୍ଷିଣ କାଶ୍ମୀରରେ ଆଜି ସୁରକ୍ଷାକର୍ମୀଙ୍କ ଦ୍ୱାରା ଏନକାଉଣ୍ଟରରେ ୪ ଆତଙ୍କବାଦୀ ନିପାତ ହୋଇଛନ୍ତି । ରବିବାରରେ ୨ ଟି ଅଲଗା ଅଲଗା ସ୍ଥାନ ଯଥା ଶ୍ରୀନଗର ଓ ସୋପିଆନରେ ମୁହାଁମୁହିଁ ହୋଇଥିଲେ ଯବାନ ଓ ଆତଙ୍କବାଦୀ । ପ୍ରଥମେ ସୁରକ୍ଷାକର୍ମୀମାନେ ସୋପିଆନରେ ଜଣେ ଆତଙ୍କବାଦୀଙ୍କୁ ଏନକାଉଣ୍ଟରରେ ସଫା କରିଥିଲେ । ସେହି ଆତଙ୍କୀ ପାଖରୁ ଏକେ-୪୭ ରାଇଫଲ ସମେତ ଅନ୍ୟ ସାମଗ୍ରୀ ଜନତ କରାଯାଇଛି । ଅନ୍ୟପଟେ ଶ୍ରୀନଗରରେ ସେନା ଦ୍ୱାରା ୩ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଛି । ତେବେ ଆତଙ୍କବାଦୀ ସନ୍ଧାନରେ ସ୍ଥାନୀୟ ପୋଲିସ ଓ ସୁରକ୍ଷା ବାହିନୀ ଜମ୍ମୁ-କାଶ୍ମୀରର ଶ୍ରୀନଗରରେ ଆକ୍ରମଣ କରିଥିଲା ।

Get real time updates directly on you device, subscribe now.