fbpx

ଅସମ୍ଭାଳ ହେଉଛି ବନ୍ୟା ପାଣି: ରାତି ସୁଦ୍ଧା ହୀରାକୁଦରେ ଖୋଲିବ ୪୦ଟି ଗେଟ୍

ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ଅସ୍ତବ୍ୟସ୍ତ ହୋଇପଡିଛି ଜନ ଜୀବନ । ଏହି ଲଗାଣ ବର୍ଷା ଯୋଗୁଁ ରାଜ୍ୟର ଅନେକ ସ୍ଥାନରେ ବନ୍ୟା ସୃଷ୍ଟି ହୋଇ ସାରିଥିବା ବେଳେ ଆହୁରି ବହୁତ ଜାଗାରେ ଆଶଙ୍କା ବୃଦ୍ଧି ପାଉଛି । ସେପଟେ ମହାନଦୀର ପାଣି ଏବଂ ହୀରାକୁଦରେ ମଧ୍ୟ ବନ୍ୟାଜଳ ଅସମ୍ଭାଳ ହୋଇଛି । ତେଣୁ ଖୁବ ଶୀଘ୍ର ଏହାର ଗେଟ୍ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି । ରାତି ସୁଦ୍ଧା ଡ୍ୟାମରେ ମୋଟ ୪୦ଟି ଗେଟ୍ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି ।

ହୀରାକୁଦରେ ବନ୍ୟାଜଳ ହୁ ହୁ ହୋଇ ବଢୁଥିବାରୁ ଏହାର ଆଉ ୧୪ଟି ଗେଟ୍ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏବେ ୨୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ପର୍ଯ୍ୟାୟକ୍ରମେ ଏହାର ଆଉ ୧୪ଟି ଗେଟ୍ ଖୋଲାଯିବ । ଗତକାଲି ସନ୍ଧ୍ୟାରେ ୮ଟି ଗେଟ୍ ବନ୍ଦ କରାଯିବା ପରେ ୨୬ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଥିଲା । ତେବେ ବନ୍ୟାଜଳକୁ ସଂରକ୍ଷଣ କରି ରଖିବା ଅସମ୍ଭବ ହେବାରୁ ଏହି ନିଷ୍ପତ୍ତି ନିଆଯାଇଛି ।

ହୀରାକୁଦରେ ୪୦ ଗେଟ୍ ଖୋଲିବା ନିଷ୍ପତ୍ତିରେ ଛତିଶଗଡର କୌଣସି ସମ୍ପର୍କ ନାହିଁ । ବନ୍ୟାର ସ୍ଥିତି ଦେଖିବା ସହ ଟେକ୍ନିକାଲ କମିଟି ସହ ଆଲୋଚନା କରିବା ପରେ ହିଁ ଏହି ନିଷ୍ପତ୍ତି ନିଆଯାଇଛି । ଏ ନେଇ ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର । ତେବେ ବନ୍ୟା ନିୟନ୍ତ୍ରଣ କରିବାକୁ ଜଳ ଭଣ୍ଡାର ନିର୍ମାଣ କରାଯାଇଥାଏ । ତେଣୁ ବନ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ଟେକ୍ନିକାଲ କମିଟି ନିଷ୍ପତ୍ତି ଅନୁସାରେ କାର୍ଯ୍ୟ ହେଉଥିବା ସେ ପ୍ରକାଶ କରିଛନ୍ତି । ତେବେ ଗେଟ୍ ଖୋଲିବା ନିଷ୍ପତ୍ତିରେ ଛତିଶଗଡର କୌଣସି ଭୂମିକା ନାହିଁ ବୋଲି କହିଛନ୍ତି ଇଆଇସି ।

Get real time updates directly on you device, subscribe now.